ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ଏ.ଆର. ରେହମାନ

ମୁମ୍ବାଇ: ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ରେହମାନଙ୍କର ଆଞ୍ଜିଓଗ୍ରାଫି ହୋଇପାରେ ବୋଲି କୁହାଯାଉଛି । ଯଦିଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଶେଷ କିଛି ତଥ୍ୟ ମିଳିପାରିନାହିଁ।

ସଙ୍ଗୀତ ଦୁନିଆର ବାଦଶାହ ଭାବେ ପରିଚିତ ଏଆର ରେହମାନ୍ । ପିଲାଦିନରୁ ସଙ୍ଗୀତ ପ୍ରତି ରୁତି ରଖିଥିବା ରେହମାନ୍ ପରବର୍ତ୍ତୀ ସମୟରେ ସଙ୍ଗୀତକୁ ହିଁ ଜୀବନ କରିନେଇଛନ୍ତି । ମାତ୍ର ୪ ବର୍ଷ ବୟସରୁ ପିଆନୋ ବଜାଇବା ଶିଖିଥିଲେ । କେବଳ ପିଆନୋ ନୁହେଁ ବରଂ ପିଲାଟି ଦିନରୁ ଏକାଧିକ ବାଦ୍ୟଯନ୍ତ୍ର ବଜାଇବାରେ ଦକ୍ଷତା ହାସଲ କରିଥିଲେ ରେହମାନ୍ । ରେହମାନଙ୍କ ବାପା ଆର କେ ଶେଖର ତାମିଲ ଓ ମାଲାୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରି ଜଣେ ଜଣାଶୁଣା ମ୍ୟୁଜିକ କମ୍ପୋଜର ଥିଲେ । ଖୁବ୍ କମ୍ ବୟସରୁ ରେହମାନ ବାପାଙ୍କୁ ସଙ୍ଗୀତରେ ସହଯୋଗ କରୁଥିଲେ । ଏହିଭଳି ଭାବେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ଏକାଧିକ ଫିଲ୍ମରେ ତାଙ୍କ ଗୀତ ସବୁ ସୁପର ହିଟ୍ ହୋଇଆସିଛି। । ଫିଲ୍ମ ’ଦିଲ ସେ ’, ’ଲଗାନ୍‌’, ଯୋଦ୍ଧା ଅକବର , ’ତାଲ’ ’ଦିଲ୍ଲୀ ୬’, ’ରଙ୍ଗ ଦେ ବସନ୍ତୀ’, ’ରକ୍ ଷ୍ଟାର’ ଆଦି ମୁଭିରେ ତାଙ୍କ ଗୀତ ହିଟ୍ ହୋଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *