କରୋନା ବେଳେ ସାହାଯ୍ୟ ପାଇଁ ମୋଦିଙ୍କୁ ମିଳିବ ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିବ ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ । କୋଭିଡ-୧୯ ମହାମାରୀ ସମୟରେ ଯୋଗଦାନ ଏବଂ ଭାରତ-ଡୋମିନିକା ମଧ୍ୟରେ ସଂପର୍କକୁ ମଜବୁତ କରିବା ଲାଗି ତାଙ୍କ ପ୍ରୟାସ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଡୋମିନିକାର କମନୱେଲଥର ରାଷ୍ଟ୍ରପତି ସିଲଭାନି ବର୍ଟନ୍ ଆଗାମୀ India-CARICOM Summit ସମୟରେ ଏହି ପୁରସ୍କାର ପ୍ରଦାନ କରିବେ । ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁୟାନାର ଜର୍ଜଟାଉନରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଏହି ପୁରସ୍କାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସୂଚନା ପ୍ରଦ୍ୟୋଗିକ ପାଇଁ ଡୋମିନିକା ଭାରତର ସମର୍ଥନ ପାଇଁ ଦିଆଯାଉଛି ।

ଡୋମିନିକା ସରକାର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଆମର ଶୁଭଚିନ୍ତକ । ୨୦୨୦ ବର୍ଷ ସାରା ଦୁନିଆରେ ମହାମାରୀର ପ୍ରଭାବ ଦେଖିବାକୁ ମିଳିଥିଲା । ସମସ୍ତ ଦେଶ ନିଜ ଲୋକଙ୍କ ପାଇଁ ଟୀକା ସଂଗ୍ରହ କରୁଥିଲେ । ହେଲେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଡୋମିନିକାକୁ ଏଷ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନର ୭୦ ହଜାର ଡୋଜ ପଠାଇଥିଲେ । ଏହି ସମୟରେ ଡୋମିନିକା କରୋନାରୁ ନିଜ ଲୋକଙ୍କୁ ବଞ୍ଚାଇବାରେ ସାହାଯ୍ୟ ମିଳିଥିଲା । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ଦେଶ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛି । ଗତ ଜୁଲାଇ ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଦିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ ଅର୍ଡର ଅଫ୍ ସେଣ୍ଟ ଏଣଡ୍ରୁୟ ଦ ଏପୋଷ୍ଟଲ’ରେ ସମ୍ମାନିତ କରିଥିଲା । ସେହିପରି ଭୁଟାନ, ୟୁଏଇ, ସାଉଦି ଆରବ, ବାହରିନ, ଫ୍ରାନ୍ସ, ପିଜି, ପାପୁଆ ନ୍ୟୁ ଗିନି ସମେତ ଅନେକ ଦେଶର ପୁରସ୍କାର ମିଳିସାରିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *