ମୁମ୍ବାଇ: କ୍ରିକେଟ ମଇଦାନରେ ନିଜ କମାଲ ଦେଖେଇ ସାରିବା ପରେ ଆସି ପହଞ୍ଚିଥିଲେ ମଞ୍ଚରେ, ନିଜ ଆଙ୍କରିଙ୍ଗରେ ଦର୍ଶକଙ୍କୁ କରିଥିଲେ ମତୁଆଲା । ଆଉ ଏବେ ଅଭନୟ ଜଗତରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଏହା ଜାଣିବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ନେଟଫ୍ଲିକ୍ସର ୱେବ ସିରିଜ୍ ଖାକି-୨ରେ ନଜରକୁ ଆସିବେ ଗାଙ୍ଗୁଲି । ଏ ନେଇ ନିକଟରେ ସୁଟ୍ ହୋଇଥିବା ଏକ ଆଡରେ ଗାଙ୍ଗୁଲିଙ୍କୁ ପୋଲିସ ଗେଟଅପରେ ଦେଖିବାକୁ ମିଳିଛି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି । ପୁର୍ବରୁ ଗାଙ୍ଗୁଲିଙ୍କ ବାୟୋପିକ୍ ନିର୍ମାଣ ହୋଇସାରିଛି । କିନ୍ତୁ ସେଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜକୁମାର ରାଓ । ତେବେ ଗାଙ୍ଗୁଲିଙ୍କ ନୂଆ ଅଭିନୟ ଯାତ୍ରା ପାଇଁ ଅନେକ ତାଙ୍କୁ ଶୁଭକାମନା ଦେଇଛନ୍ତି ।