ଫ୍ରିରେ ସାଉଥ ଫିଲ୍ମକୁ କରିଥିଲେ ଡେବ୍ୟୁ

ମୁମ୍ବାଇ: ସାଉଥ ଇଣ୍ଟଷ୍ଟ୍ରିରେ ଜଣେ ଏପରି ଅଭିନେତା ଅଛନ୍ତି ଯିଏ ତାଙ୍କର ଦମଦାର ଅଭିନୟ ପାଇଁ ବେଶ ପରିଚିତ। ତାଙ୍କ ପୁଅ ମଧ୍ୟ ଜଣେ ଭଲ ଅଭିନେତା। ଏହି ସୁପରଷ୍ଟାର ଅଭିନୟ ଦୁନିଆକୁ ଆସିବା ପାଇଁ ଓକିଲାତି ଛାଡ଼ିଛନ୍ତି। ଅଭିନୟ ନକରିଥିଲେ ସେ ଆଜି ଏକ ଭଲ ଓକିଲ ହୋଇଥାନ୍ତେ।

ଯିଏ ଓକିଲାତି ଛାଡ଼ି ଅଭିନୟ ଦୁନିଆକୁ ଆସିଛନ୍ତି ସେ ଅଭିନେତା ମମୁଟି। ସୁପରଷ୍ଟାର ମମୁଟି ଲ’ ପାଠ ପଢ଼ିବା ପରେ ଦୁଇ ବର୍ଷ ପ୍ରାକ୍ଟିସ ମଧ୍ୟ କରିଛନ୍ତି। ତାଙ୍କର ଜନ୍ମ କେରଳ ରାଜ୍ୟର କୋଟାୟମ ଜିଲ୍ଲାର ବେକୋମ ପାଖରେ ଥିବା ଚେମ୍ପୁ ଗାଁରେ ହୋଇଥିଲା। ସେ ମଧ୍ୟବିତ ବର୍ଗର ମୁସଲିମ ପରିବାରରୁ ଆସିଛନ୍ତି।

ଏରନାକୁଲମରୁ ସେ ତାଙ୍କ ପାଠପଢ଼ା ଆରମ୍ଭ କରିଥିଲେ। ମହାରାଜା କଲେଜରୁ ସେ ସ୍ନାତକ କରିଥିଲେ। ସରକାରୀ କଲେଜରୁ ଲ’ର ଡିଗ୍ରୀ ନେଇଥିଲେ ମମୁଟି।ଏହା ପରେ ମଂଜେରୀରେ ୨ ବର୍ଷ ଓକିଲାତି ଅଭ୍ୟାସ କରିଥିଲେ।

ସେ କୁହନ୍ତି ତାଙ୍କର ପିଲାଦିନୁ ଅଭିନୟ ପ୍ରତି ଦୁର୍ବଳତା ଥିଲା। ଅଭିନୟ କରିବା ତାଙ୍କ ସ୍ପପ୍ନ ଥିଲା ସେ ଭୁଲରେ ଓକିଲ ହୋଇଯାଇଥିଲେ। ସପୋଟିଙ୍ଗ ଆକ୍ଟରରୁ ସେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ ଏଥିରେ ପାରିଶ୍ରମିକ ମିଳିନଥିଲା କେବଳ ଯିବାଆସିବା ଖର୍ଚ୍ଚ ଦିଆଯାଇଥିଲା। ଏହା ପରେ ସେ ମାଲାୟାଲାମ ଫିଲ୍ମ ମେଲାରେ ଲିଡ ଚରିତ୍ରରେ ନଜର ଆସିଥିଲେ। ଯାହା ହିଟ୍ ମଧ୍ୟ ହୋଇଥିଲା। ଏହା ପରେ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଦେବା ସହ ସେ ପାଖାପାଖି ୪ଶହ ଫିଲ୍ମରେ ଅଭିନୟ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *