ନୂଆଦିଲ୍ଲୀ: ଦୁନିଆରେ ଏକ ରହସ୍ୟମୟୀ ଦ୍ୱୀପ ଅଛି। ଏମାନଙ୍କ ମଧ୍ୟରୁ ଏକ ଦ୍ୱୀପ ଇଟାଲୀରେ ମଧ୍ୟ ରହିଛି। ଯାହାର ନାଁ ପୋବେଂଲିୟା। ଏହି ଦ୍ୱୀପରେ ଅନେକ ରହସ୍ୟ ରହିଛି ଯାହା କାହାକୁ ବି ଜଣାନାହିଁ। କୁହାଯାଏ ଏଠାକୁ ଯିଏ ଆସେ ସେ ଜୀବନ୍ତ ଫେରିନାହିଁ।
ଇତିହାସରେ ଉଲ୍ଲେଖ ରହିଛି ପୋବେଂଲିୟା ଦ୍ୱୀପ ଅତ୍ୟନ୍ତ ଯନ୍ତ୍ରଣା ଦାୟକ। ୧୪ ତମ ଶତବ୍ଦୀରେ ଯେତେବେଳେ ପ୍ଲେଗ ମହାମାରୀ ବ୍ୟାପିଥିଲା ସେହି ସମୟରେ ପ୍ଲେଗରେ ପୀଡ଼ିତ ଲୋକଙ୍କୁ ଅଲଗା କରିବାକୁ ଏହି ଦ୍ୱୀପ କରାଯାଇଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ଏଠାକୁ ଅଣାଯାଇ ଜୀବନ୍ତ ଭାବେ ଜଳା ଯାଇଥିଲା। ଯାହା ପାଇଁ ଏହି ଦ୍ୱୀପକୁ ପ୍ଲେଗ ଦ୍ୱୀପ ମଧ୍ୟ କୁହାଯାଏ।
ପ୍ଲେଗ ମହାମାରୀ ପରେ ଏହି ଦ୍ୱୀପକୁ ଅନେକ ବର୍ଷ ପାଇଁ ଖାଲି ଛଡ଼ାଯାଇଥିଲା। ୧୯ତମ ଶତବ୍ଦୀରେ ଏଠାରେ ଏକ ମାନସିକ ହସ୍ପିଟାଲ ତିଆରି ହୋଇଥିଲା। ସେହି ହସ୍ପିଟାଲରେ ରୋଗୀଙ୍କ ସହିତ ବହୁତ ଭୟଙ୍କର ବ୍ୟବହାର କରାଯାଉଥିବା କୁହାଯାଇଛି। ତାଙ୍କୁ ସେଠାରେ ନିର୍ଯାତନ ଦିଆଯାଉଥିଲା। ଏହା ସହ ତାଙ୍କ ଜୀବନ୍ତ ଭାବେ ପୋତା ଯାଉଥିଲା।
କୁହାଯାଏ ଏହି ଦ୍ୱୀପରେ ପ୍ଲେଗରେ ମୃତ୍ୟୁ ବରଣ କରିଥିବା ଲୋକ ଏବଂ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ମାନସିକ ରୋଗୀଙ୍କ ଆତ୍ମା ଘୁରି ବୁଲୁଛି। ଏହି ଦ୍ୱୀପକୁ ଯାଇଥିବା ଲୋକ ଅଜବ ଅଜବ ଘଟଣା ବିଷୟରେ କୁହନ୍ତି। ଯେପରି ହଠାତ ତାପମାତ୍ରାରେ ପରିବର୍ତ୍ତନ ହେବା, କାହାର ଚିତ୍କାର ଶୁଣାଯିବା, ଅନ୍ଧାରରେ କିଏ ଛିଡ଼ା ହୋଇଥିବା ଭଳି ଘଟଣା ଘଟିଛି।
କୁହାଯାଏ ଏହି ଦ୍ୱୀପକୁ ଯାଇଥିବା ଅନେକ ଲୋକ ଅସୁସ୍ଥ ହୋଇପଡ଼ନ୍ତି ଅନେକ ହଠାତ ମୃତ୍ୟୁ ବରଣ ମଧ୍ୟ କରନ୍ତି। ଏହି ଦ୍ୱୀପ ସହ ଜଡ଼ିତ କାହାଣୀ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି।
ଏହି ଦ୍ୱୀପକୁ କେହି ନଯିବାକୁ ପ୍ୟାରିସ ସରକାର କଟକଣା ଲଗାଇଛନ୍ତି। ଯଦି କେହି ସେହି ଦ୍ୱୀପକୁ ଯାଇ ଆସିଥିବ ବି କୌଣସି ନା କୌଣସି କାରଣରୁ ସେ ରୋଗାଗ୍ରସ୍ତ ହୋଇଯିବ। ଏବଂ ହଠାତ ତାଙ୍କ ମୃତ୍ୟୁ ହୋଇଯାଏ।