ଏହି ଦିନ ଓଟିଟିରେ ରିଲିଜ ହେବ “ସ୍କାଏ ଫୋର୍ସ”

ମୁମ୍ବାଇ: ବଲିଉଡ ଖିଲାଡୀ ଅକ୍ଷୟ କୁମାରଙ୍କର “ସ୍କାଏ ଫୋର୍ସ’ ଗତ ଜାନୁୟାରୀରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ସଫଳତା ପାଇବ ବୋଲି ଆଶା କରାଯାଉଥିଲା । ହେଲେ ସେମିତି କିଛି ହେଲାନାହିଁ । ଏହା ମଧ୍ୟ ଫ୍ଲପ୍ ପ୍ରମାଣିତ ହୋଇଥିଲା। ଆଜିକାଲି ଅକ୍ଷୟଙ୍କ ସମସ୍ତ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହେଉଛି। ଏବେ ଏହି ଫିଲ୍ମ “ସ୍କାଏ ଫୋର୍ସ’ ଓଟିଟିରେ ମୁକ୍ତିଲାଭ କରିବ । ହେଲେ ଅକ୍ଷୟଙ୍କ ସ୍କାଏ ଫୋର୍ସର ଯାଦୁ ଓଟିଟିରେ ଦେଖିବାକୁ ମିଳିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।

ସ୍କାଏ ଫୋର୍ସ ଅଭିଷେକ ଅନିଲ କପୁର ଏବଂ ସନ୍ଦୀପ କେୱଲାନିଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବାବେଳେ ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ବୀର ପାହାଡିଆ ଏବଂ ସାରା ଅଲି ଖାନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସ୍କାଏ ଫୋର୍ସର ଓଟିଟି ରିଲିଜ୍ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମଟି ଆଜି ଆମାଜନ ପ୍ରାଇମରେ ରିଲିଜ୍ ହେବାକୁ ଯାଉଛି। ପ୍ରାଇମ୍ ଭିଡିଓ ଅକ୍ଷୟ ଏବଂ ବୀରଙ୍କ ଏକ ଭିଡିଓ ସେୟାର କରିଛି ଏବଂ ଓଟିଟି ରିଲିଜ୍ ଘୋଷଣା କରିଛି।

ଆପଣଙ୍କୁ କହି ରଖୁଛୁ ଯେ ସ୍କାଏ ଫୋର୍ସ ୧୬୦ କୋଟି ଟଙ୍କା ବଜେଟରେ ତିଆରି ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ସାରା ବିଶ୍ୱରେ ୧୪୪ କୋଟି ଟଙ୍କା ସଂଗ୍ରହ କରିଛି। ଏହି ଫିଲ୍ମଟି ତା’ର ବଜେଟ୍ ମଧ୍ୟ ପୂରଣ କରିପାରିଲା ନାହିଁ। ତଥାପି, ଫିଲ୍ମର ଗୀତଗୁଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *