ଶ୍ରେଷ୍ଠ ୧୦ ଦାନୀ ତାଲିକାରେ ସାମିଲ ହେଲେ ଓଡିଶାର ବାଗଚୀ ଦମ୍ପତି

ନୂଆଦିଲ୍ଲୀ: ସମାଜର କଲ୍ୟାଣ ପାଇଁ ଓ ଲୋକଙ୍କ ହିତ ନେଇ ସର୍ବଦା କାର୍ଯ୍ୟ କରୁଥିବା ବାଗଚୀ ଦମ୍ପତି ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଶ୍ରେଷ୍ଠ ୧୦ ଦାନୀ ତାଲିକାରେ ସାମିଲ ହୋଇଛନ୍ତି ଓଡିଶାର ଏହି ଦମ୍ପତି । ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀ ଏକ ପରୋଉପକାରୀ ଦମ୍ପତି ଭାବେ ବିବେଚିତ ହୋଇଛନ୍ତି।

ପ୍ରତିବର୍ଷ ବିଭିନ୍ନ ସେକ୍ଟରକୁ ଦାନ କରିଥାନ୍ତି ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା । ଏବେ ଏହି ଯୋଡିଙ୍କୁ ଦେଶରେ ଦାନୀ ଦମ୍ପତି ଭାବରେ ନୂଆ ପରିଚୟ ମିଳିଛି । ୧୭୯ କୋଟି ଟଙ୍କା ଦାନ କରି ୧୦ ଜଣ ବଡ ବଡ ଦାନୀଙ୍କ ତାଲିକାରେ ରହିଛନ୍ତି । ବାଗଚୀ ଦମ୍ପତିଙ୍କ ଦାନ- ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପାଇଁ ବାଗଚୀ ଦମ୍ପତି ୨୦୨୨ରେ ୨୧୩ କୋଟି ଦାନ କରିଥିଲେ । ୨୦୨୩ରେ ୧୧୦ କୋଟି ଟଙ୍କା ଓ ୨୦୨୪ରେ ୧୭୯ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ୨୦୨୧ରେ ଓଡିଶାରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ନେଇ ୩୪୦ କୋଟି ଦାନ କରିଥିଲେ ।

ହୁରୁନ ଇଣ୍ଡିଆ ଜାରି କରିଥିବା ତାର ସଦ୍ୟ ତାଲିକାରେ ୧୦ ଜଣ ବଡ ବଡ ଦାନୀଙ୍କ ମଧ୍ୟରେ ରହିଛନ୍ତି ବାଗଚୀ ଦମ୍ପତି । ୧୦ ଜଣଙ୍କ ମଧ୍ୟରେ ନବମ ସ୍ଥାନରେ ରହିଛନ୍ତି ଏହି ଯୋଡି । ମାଇଣ୍ଡଟ୍ରିର ପ୍ରତିଷ୍ଠାତା- ବାଗଚୀ ଦମ୍ପତି ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା । ମାଇଣ୍ଡିଟ୍ରି ଏକ ଆଇଟି କମ୍ପାନୀ । ଭାରତ ଓ ବିଦେଶରେ ଏହି କମ୍ପାନୀ ରହିଛି । ସୁସ୍ମିତା ବାଗଚୀ ଜଣେ ଓଡିଆ ଲେଖିକା । ସେ ୫ଟି ଉପନ୍ୟାସ ଲେଖିଛନ୍ତି । ଇଂରାଜୀ ଭାଷାରେ ମଧ୍ୟ ତାଙ୍କର ଅନେକ ଲେଖା ରହିଛି । ସମାଜର କଲ୍ୟାଣ ପାଇଁ ଏହି ଦମ୍ପତି ସର୍ବଦା କାର୍ଯ୍ୟରତ । ପ୍ରତି ବର୍ଷ କୋଟି କୋଟି ଟଙ୍କା ଦାନ କରନ୍ତି ହେଲେ ସୋସିଆଲ ମିଡିଆ, ଲୋକଙ୍କ ଦୃଷ୍ଟି ଆକର୍ଷିତ ହେବାଠୁ ଦୂରରେ ରହିଛନ୍ତି ଏମାନେ। ଭାରତର ପ୍ରତିଷ୍ଠିତ ଉଦ୍ୟୋଗବିତ୍ ତଥା ସମାଜସେବୀ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ସର୍ବଦା ଶିକ୍ଷା, ସ୍ୱାସ୍ଥ୍ୟ ସେକ୍ଟରରେ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *