ମୁମ୍ବାଇ: ବଲିଉଡ଼ର କମେଡ଼ିଆନ କପିଳ ଶର୍ମାଙ୍କୁ ନୋଟିସ । ବିଶ୍ୱକବି ରବିନ୍ଦ୍ରନାଥ ଠାକୁରଙ୍କ କବିତାକୁ ନେଇ ମଜାକ କରିବାକୁ ନେଇ ଏହି ନୋଟିସ କରାଯାଇଛି । ଯାହାକୁ ନେଇ ବଙ୍ଗାଳି କମ୍ପ୍ୟୁନିଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯାହାକୁ ନେଇ ବଙ୍ଗୀୟ ଭାଷୀ ମହାଭାଷା ଫାଉଣ୍ଡେସନ କପିଲ ଶର୍ମାଙ୍କୁ ନୋଟିସ ପଠାଇଛନ୍ତି। କିଛି ରିପୋର୍ଟ ଅନୁଯାୟୀ ସଲମାନଙ୍କ ପାଖକୁ ବି ଏହି ନୋଟିସ ପଠାଯାଇଛି। ଗତ ସପ୍ତାହରେ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ରେ ‘ଦୋ ପତ୍ନୀ’ ସିନେମାର ଷ୍ଟାର କାଷ୍ଟ କାଜୋଲ ଓ କ୍ରିତିି ସେନନ ପହଞ୍ଚିଥିଲେ। ଏହି ଅଧ୍ୟାୟରେ କୃଷ୍ଣା ଅଭିଶେକ ଜ୍ୟାକି ଶ୍ରଫଙ୍କ ନକଲ କରି ଅଭିନୟ କରିଥିଲେ। ଏହି ଅଭିନୟରେ ସେ ରବିନ୍ଦ୍ର ଠାକୁରଙ୍କ ଲୋକପ୍ରିୟ ଗୀତ ଏକଲା ଚଲୋ ରେ ..କୁ ବଦଳାଇ ଦେଇଥିଲେ। କୃଷ୍ଣା ମଜାକ କରି କହିଥିଲେ, ‘ପଞ୍ଚଲା ଚଲୋ ରେ… ଅର୍ଥାତ ୫ଜଣଙ୍କ ସହ ଚାଲ। ଏକା ଚାଲିଲେ କୁକୁର ପଛରେ ପଡ଼ିଯିବେ।’ ଏହି ଅଧ୍ୟାୟ ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇ ଥିବା ବେଳେ ବଙ୍ଗାଳି ସମୁଦାୟକୁ ଏହା ପସନ୍ଦ ଆସି ନଥିଲା। ସେମାନେ ଏହି ଅଧ୍ୟାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଛୋଟ ପରଦାର ଲୋକପ୍ରିୟ କମେଡ଼ି ଶୋ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ ସିଜନ-୨’ର ପ୍ରସାରଣ କିଛିଦିନ ହେବ ଆରମ୍ଭ ହୋଇଛି । ହେଲେ ଏବେ ଏଥିରେ ସମସ୍ୟା ଦେଖାଦେଇଛି। ଏହି ସୋ’ର ଏକ ଅଧ୍ୟାୟରେ ବିଶ୍ୱକବି ରବିନ୍ଦ୍ରନାଥ ଠାକୁରଙ୍କ କବିତାକୁ ନେଇ ମଜାକ ଉଡ଼ାଯାଇଥିଲା। ଏହାକୁ ନେଇ କପିଲଙ୍କୁ ନୋଟିସ କରାଯାଇଛି । ସେହିପରି ସଲମାନ ବି ଏହି ସୋ’ର ପ୍ରଯୋଜକ ମଧ୍ୟରୁ ଜଣେ। ସଲମାନ ଖାନଙ୍କ ଟିମର କହିବାନୁସାରେ, ସେମାନଙ୍କର ଏହି କମେଡି ସୋ’କୁ ନେଇ କୌଣସି ନେଣଦେଣ ନାହିଁ। କିଛି ଗଣମାଧ୍ୟମରେ ସଲମାନ ଖାନଙ୍କୁ ଏସକେଟିଭି ପକ୍ଷରୁ ନୋଟିସ ମିଳିଛି ବୋଲି ଖବର ପ୍ରଚାର ହେଉଛି। କାରଣ ଆମେ ନେଟଫ୍ଲିକ୍ସରେ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ ସହିତ ଜଡ଼ିତ ଅଛୁ।