ରାପର ବାଦଶାହଙ୍କ ବଢ଼ିଲା ଅଡ଼ୁଆ, ଏତଲା ଦାୟର

ମୁମ୍ବାଇ: ରାପର- ସିଙ୍ଗର ବାଦଶାହ ନିଜର ନୂଆ ନୂଆ ଗୀତକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ଗୀତ ସହିତ ବାଦଶାହା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏହାରି ଭିତରେ ବାଦଶାହଙ୍କ ନାଁ ଆଇନଗତ ସମସ୍ୟାରେ ଫସି ରହିଥିବା ଜଣାପଡିଛି। ବାଦଶାହଙ୍କ ବିରୋଧରେ ଏକ ମିଡିଆ କମ୍ପାନୀ ମାମଲା ଦାୟର କରିଛି। ଏହି କମ୍ପାନୀ ଦାବି କରିଛି ଯେ ବାଦଶାହଙ୍କ ଗୀତ ‘ବାବଲ’ ତିଆରି କରିବାର ପ୍ରକ୍ରିୟା ଠାରୁ ଆରମ୍ଭ କରି ଏହାର ପ୍ରମୋସନ ପର୍ଯ୍ୟନ୍ତ ସବୁକିଛି ଶେଷ ହୋଇଛି। କିନ୍ତୁ ଏହି ଗୀତର ବକେୟା ପାଉଣା ଏପର୍ଯ୍ୟନ୍ତ ବାଦଶାହ ଦେଇନାହାଁନ୍ତି।

ଯାହା ପାଇଁ ମିଡିଆ କମ୍ପାନୀ ସିଙ୍ଗର- ରାପରଙ୍କ ବିରୋଧରେ କରନାଲ ଜିଲ୍ଲାର ନ୍ୟାୟଳୟରେ ମାମଲା ରୁଜୁ କରିଛି। ଅଭିଯୋଗକାରୀଣଙ୍କ କହିବା କଥା ସେ ବାଦଶାହଙ୍କୁ ଏନେଇ ଅନେକ ଥର ମନେ ପକାଇଥିଲେ। ଶେଷରେ ସେ ଏଭଳି ନିଷ୍ପତି ନେଲେ। ଏହା ସହ ଅଭିଯୋଗକାରୀଣୀ କହିଛନ୍ତି ବାଦଶାହ ତାଙ୍କୁ ମିଛ ପ୍ରତିଶ୍ରୁତି ଏବଂ ବକେୟା ପାଉଣା ଦେବାକୁ ଦିନ ଗଡ଼ାଇ ଚାଲିଥିଲେ।

ଏହି କଂଟ୍ରାକ୍ଟରେ ଗୀତର ପ୍ରଡକ୍ସନ, ମାକେର୍ଟିଂ ଏବଂ ପ୍ରମୋସନ ସବୁ ଅନ୍ତଭୁକ୍ତ ଥିଲା। କମ୍ପାନୀ ନିଜ ତରଫରୁ ସମସ୍ତ କାମ ସମୟରେ ଶେଷ କରିଥିଲେ। ସମସ୍ତ କାମ ସରିବା ପରେ ମଧ୍ୟ ବାଦଶାହ ତାଙ୍କ ଟିମ୍ ପକ୍ଷରୁ ତାଙ୍କୁ ତାଙ୍କ ବକେୟା ଏପର୍ଯ୍ୟନ୍ତ ମିଳିନି। ‘ବାବଲ’ଗୀତ ବାଦଶାହ ଏବଂ ଅମିତ ଉଚାନାଙ୍କର। ଏହି ଗୀତକୁ ୟୁଟୁବରେ ୧୫ କୋଟି ଅଧିକ ଥର ଲୋକେ ଦେଖିଛନ୍ତି।

ଏହା ପ୍ରଥମ ଘଟଣା ନୁହେଁ ଯେ ରାପର ବାଦଶାହଙ୍କ ନାମ ବିବାଦ ଘେରରେ ରହିଛି। ଏହାପୂର୍ବରୁ ସେ ବେଟିଂ କମ୍ପାନୀ ଆପ୍ ‘ଫେୟାରପ୍ଲେ’କୁ ପ୍ରୋତ୍ସାହିତ କରିବା ପାଇଁ ମହାରାଷ୍ଟ୍ର ପୋଲିସ ସାଇବର ସେଲ ସମ୍ମୁଖରେ ହାଜର ହୋଇଥିଲେ। ତେବେ ବାଦଶାହଙ୍କ ସହ ଆହୁରି ୪୦ ଜଣ ଲୋକ ଏହାକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *