ଶୋ’ ପୂର୍ବରୁ ସିଙ୍ଗର ଦିଲଜିତ୍‌ଙ୍କୁ ତେଲେଙ୍ଗାନା ସରକାରଙ୍କ ନୋଟିସ୍‌

ମୁମ୍ବାଇ: ଦିଲଜିତ ଦୋସାଞ୍ଜ ତାଙ୍କ କନସର୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀରେ ସଫଳ ଆୟୋଜନ ପରେ ଆଜି ହାଇଦ୍ରାବାଦରେ ସେ ଶୋ’କରିବାର ଥିଲା। ଏହି ଶୋ ପୂର୍ବରୁ ତାଙ୍କୁ ସରକାରୀ ନୋଟିସ୍ ମିଳିଛି। ଏହି ନୋଟିସ ତାଙ୍କୁ ତେଲେଙ୍ଗାନା ସରକାର ଫଠାଇଛନ୍ତି। ଦିଲଜିତଙ୍କ ଦିଲ-ଲୁମିନାତୀ କନସର୍ଟର ଆୟୋଜଙ୍କୁ ଏହି ନୋଟିସ ପଠାଇଛନ୍ତି ତେଲେଙ୍ଗାନା ସରକାର। ଏହି କନସର୍ଟରେ ଦିଲଜିତଙ୍କ ହଜାର ହଜାର ସଂଖ୍ୟାର ଫ୍ୟାନ୍ସ ଏକାଠି ହେବାର ସମ୍ଭାବନା ଅଛି। କିନ୍ତୁ ପ୍ରଶଂସଙ୍କ ମନ ମୁତାବିକ ଗୀତକୁୂ ଦିଲଜିତ ଏହି କନସର୍ଟରେ ଗାଇପାରିବେ ନାହିଁ।

ଦିଲଜିତଙ୍କ ଲାଇଭ କନସର୍ଟକୁ ଯିବାକୁ ପ୍ରଶଂସଙ୍କ ଅନେକ କ୍ରେଜ ରହିଥାଏ। ଆଜି ହ୍ରାଇଦ୍ରାବାଦରେ ଲାଇଭ ଶୋ ହେବ। ଯାହାକୁ ନେଇ ତେଲେଙ୍ଗାନା ସରକାର ନୋଟିସ ଜାରି କରି ମଦ ଏବଂ ଡଗ୍ସକୁ ପ୍ରୋତ୍ସାହନ ଦେଉଥିବା ଗୀତ ଉପରେ ରୋକ ଲଗାଇ ଦେଇଛନ୍ତି।
ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ପଠାଯାଇଥିବା ନୋଟିସରେ ଦିଲଜିତଙ୍କୁ ହିଂସା, ଡ୍ରଗ୍ସ, ମଦକୁ ପ୍ରୋତ୍ସାହନ ଦେଉଥିବା ଗୀତ ନଗାଇବାକୁ ନିର୍ଦ୍ଦେଶ ହୋଇଛି। ନୋଟିସ ମୁତାବକ ଏହି କନସର୍ଟରେ ପିଲାଙ୍କୁ ଷ୍ଟେଜକୁ ନେବା ଉପରେ ମଧ୍ୟ ରୋକ ଲଗାଯାଇଛି। କାହିଁକି ନା ପିଲାଙ୍କୁ ହାଇ ସାଉଣ୍ଡରୁ ରକ୍ଷା ମିଳିବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପିଲାଙ୍କ ପାଇଁ ଅଧିକ ସାଉଣ୍ଡ ସୁରକ୍ଷିତ ନୁହେଁ। ଏଏନଆଇ ରିପୋର୍ଟ ମୁତାବକ ନୋଟିସରେ ପଞ୍ଜାବୀ ସିଙ୍ଗର ଦିଲଜିତଙ୍କ ପୁରୁଣା କନସର୍ଟର ଭିଡିଓ ପ୍ରମାଣ ହିସାବରେ ଦିଆଯାଇଛି। ଯେଉଁଥିରେ ସେ ପଂଜ ତାରା, ପଟିୟାଲ ପ୍ୟାଗ ପରି ଗୀତ ଲାଇଭ ଶୋ’ରେ ଗାଇଥିବା ଦେଖିବାକୁ ମିଳିଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *