ଧରାପଡ଼ିଲେ ହେଲିକପ୍ଟର ଭିତରେ ମଦ ପିଇ ସେକ୍ସ କରୁଥିବା ଦୁଇ ସୈନ୍ୟ

ନୂଆଦିଲ୍ଲୀ : ହେଲିକପ୍ଟରରେ ମଦ ପିଇ ସେକ୍ସ କରୁଥିବା ବେଳେ ଧରାପଡ଼ିଛନ୍ତି ଦୁଇ ସୈନ୍ୟ । ବ୍ରିଟେନର ଏକ ସାମରିକ ତାଲିମ କେନ୍ଦ୍ରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦ୍ରରେ ରଖାଯାଇଥିବା ଆପାଚେ ହେଲିକପ୍ଟରର ରୋଟର୍ ହଲୁଥିବା କିଛି ଗ୍ରାଉଣ୍ଡ କର୍ମଚାରୀ ଦେଖିବାକୁ ପାଇଥିଲେ। ସେମାନେ ଏହାର ଯାଞ୍ଚ କରିବା ବେଳେ ହଠାତ ହେଲିକପ୍ଟର ଭିତରେ ଦୁଇ ଜଣ ସୈନିକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ପୂରା ଚକିତ ହୋଇଯାଇଥିଲେ।

ନିକଟରେ ୭୫ କୋଟି ଟଙ୍କା ମୂଲ୍ୟରେ କିଣା ଯାଇଥିଲା ଏହି ସେନା ହେଲିକପ୍ଟର । ୮.୫ ନିୟୁତ ୟୁରୋ ମୂଲ୍ୟର ଓ ୩୩ ମିମି ତୋପ, ହେଲିଫାୟାର କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଆପାଚେ ହେଲିକପ୍ଟରର ରକ୍ଷାଣବେକ୍ଷଣ କରୁଥିବା କର୍ମଚାରୀମାନେ ରାତିରେ ବୁଲୁଥିଲେ। ଏହି ସମୟରେ ଗୋଟିଏ ଆପାଚେର ରୁଟରଗୁଡ଼ିକ ହଲୁଥିବା ସେମାନେ ଦେଖିବାକୁ ପାଇଥିଲେ। କ’ଣ ପାଇଁ ହେଲିକପ୍ଟରଟି ହଲୁଛି ଜାଣିବା ପାଇଁ ଯାଞ୍ଚ କରିଥିଲେ । ଏହି ସମୟରେ ଦୁଇ ଜଣ ସୈନ୍ୟ ମଦ୍ୟପାନ କରି ହେଲିକପ୍ଟରର ପଛ କକପିଟରେ ସେକ୍ସ କରୁଥିବା ଦେଖିବାକୁ ପାଇଥିଲେ। ପୁରୁଷ ଜଣକ ତାଙ୍କ ସେନା ୟୁନିଫର୍ମ ପିନ୍ଧିଥିବା ବେଳେ ମହିଳା ଜଣକ ସାଧା ପୋଷାକରେ ରହିଥିଲେ। ।

ସାମରିକ ବିମାନ ଚଳାଚଳ ପ୍ରାଧିକରଣ ରିପୋର୍ଟ ଅନୁଯାୟୀ, ଉଭୟଙ୍କୁ ଉଭୟ ବାହାରକୁ ଆସିବା ପରେ ସେମାନଙ୍କ ଆଚରଣରୁ ସ୍ପଷ୍ଟ ହୋଇଥିଲା ଯେ ସେମାନେ ନିଶାସକ୍ତ ଅବସ୍ଥାରେ ରହିଛନ୍ତି। ସେମାନେ ଧରା ପଡ଼ିଥିବା ଚପରଟି ଆର୍ମି ଏୟାର କର୍ପସର ୬୫୩ ସ୍କ୍ୱାର୍ଡନର ଥିଲାବେଳେ ସେମାନେ ଭିନ୍ନ ଭିନ୍ନ ସେନା ୟୁନିଟର କର୍ମଚାରୀ ଥିଲେ। ସେମାନଙ୍କ ପ୍ୟାରେଣ୍ଟ୍ ୟୁନିଟ୍ ଓ ୬୫୩ ସ୍କ୍ୱାର୍ଡନ ଚେନ୍ ଅଫ୍ କମାଣ୍ଡ ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କୁ ଅଟକ ରଖାଯାଇଥିଲା ବୋଲି ସାମରିକ ବିମାନ ଚଳାଚଳ ପ୍ରାଧିକରଣ ରିପୋର୍ଟରେ ଦର୍ଶାଯାଇଛି। ଏଠାରେ କହି ରଖୁଛୁ ଯେ, ଘଟଣାଟି ୨୦୧୬ ମସିହାରେ ଓଟରବର୍ନ ରେଞ୍ଜରେ ଘଟିଥିଲା। କିନ୍ତୁ ଏହା ଏବେ ସାର୍ବଜନୀନ ହୋଇଛି। ଏହି ଘଟଣା ପରେ ଚପର ଗୁଡ଼ିକୁ ଲକ୍ କରି ରଖିବା ପାଇଁ ଏୟାର କ୍ରୁମାନଙ୍କୁ କୁହାଯାଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *