ସ୍ୱିଜରଲ୍ୟାଣ୍ଡରେ ବୁର୍ଖା ମନା, ପ୍ରଥମେ କେଉଁ ଦେଶରେ ହୋଇଥିଲା ବନ୍ଦ

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡରେ ଆଉ ମୁସଲମାନ ମହିଳା ପିନ୍ଧିବେ ନାହିଁ ବୁର୍ଖା। ବୁର୍ଖା ହେବ ଦେଶରୁ ବ୍ୟାନ୍‌। ନିକଟରେ ସ୍ୱିଜରଲ୍ୟାଣ୍ଡରେ ବୁର୍ଖା ପରି ସମ୍ପୂର୍ଣ୍ଣ ମୁହଁକୁ ଲୁଚାଉଥିବା କପଡ଼ା ଉପରେ ପ୍ରତିବନ୍ଧକ ଲଗାଯିବ। ଏହି ନିଷ୍ପତିକୁ ନେଇ ଏବେ ଚର୍ଚ୍ଚାରେ ରହିଛି ସ୍ୱିଜରଲ୍ୟାଣ୍ଡ। ଦେଶରେ ସାର୍ବଜୀନନ ଭାବେ ୧ ଜାନୁଆରୀ ୨୦୨୫ରୁ ବୁର୍ଖା ଉପରେ ପ୍ରତିବନ୍ଧକ ଲାଗିବ। ନୂଆ ବର୍ଷର୍ରେ ନୂଆ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ନେଇଛନ୍ତି ସ୍ୱିଜରଲ୍ୟାଣ୍ଡ ସରକାର।

ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଯୁକ୍ତି ଏ ପ୍ରତିବନ୍ଧକ ସାର୍ବଜନିକ ସୁରକ୍ଷା ଏବଂ ସାମାଜିକ ଏକତାକୁ ବଢ଼େଇବା ପାଇଁ ଜରୁରୀ। ସରକାରଙ୍କ କହିବା କଥା ପୁରା ମୁହଁ ଲୁଚାଇବା କପଡ଼ା ପିନ୍ଧିଲେ ମହିଳା ତାଙ୍କ ପରିଚୟ ଲୁଚାଇବାରେ ସଫଳ ହେଉଛନ୍ତି। ଯାହା ପାଇଁ ଅପରାଧ ବଢ଼ିପାରେ। ଏହା ସହ ସରକାରଙ୍କ ଏହା ବି କହିଛନ୍ତି ପ୍ରତିବନ୍ଧକ ହଟିଲେ ମହିଳାଙ୍କୁ ସ୍ୱତନ୍ତ୍ରତା ପାଇବାକୁ ସାହାର୍ଯ୍ୟ କରିବ। ଏହା ସହ ସେମାନେ ସମାଜରେ ଏକ ସକ୍ରିୟ ଭୂମିକା ତୁଲାଇବାରେ ନିଜ ମୁହଁକୁ ଦେଖି ପାରିବେ। ତେବେ କେବଳ ସ୍ୱିଜରଲ୍ୟାଣ୍ଡ ନୁହେଁ ଏହା ପୂର୍ବରୁ ମଧ୍ୟ ଅନ୍ୟ ଦେଶରେ ଏହି ନିୟମ ଲାଗୁ କରାଯାଇଛି ।

କହିରଖୁଛୁ ଯେ ଯେତେବେଳେ ବୁର୍ଖା ଉପରେ ପ୍ରତିବନ୍ଧକ କଥା ଉଠେ ସେତେବେଳେ ସର୍ବପ୍ରଥମେ ଫ୍ରାନ୍ସର ନାମ ଆସେ । ୨୦୧୦ରେ ଆନୁଷ୍ଠାନିକ ଭାବରେ “ବୁର୍ଖା ବ୍ୟାନ” କୁ ଫ୍ରାନ୍ସ ପ୍ରଥମ ଦେଶ ଭାବରେ କାର୍ଯ୍ୟକାରୀ କରିଥିଲା । ଏହି ନିୟମ ସମଗ୍ର ଫ୍ରାନ୍ସରେ ଲାଗୁ ହୋଇଥିଲା ଏବଂ ଏହା ଅଧୀନରେ ମହିଳାମାନଙ୍କୁ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବାକୁ ଅନୁମତି ଦିଆଯାଇନଥିଲା । ଫ୍ରାନ୍ସ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା ସମାନତା, ମହିଳା ଅଧିକାର ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ।ମହିଳା ସଶକ୍ତିକରଣ ପାଇଁ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ଦାବି କରିଥିଲେ ଫ୍ରାନ୍ସ ସରକାର ।

ଫ୍ରାନ୍ସର ଧାର୍ମିକ ନିରପେକ୍ଷତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଏହି ନିଷେଧାଦେଶ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ସେତେବେଳେ ଫ୍ରାନ୍ସ ସରକାରଙ୍କ ଏହି ନିୟମକୁ ଅନେକ ଧାର୍ମିକ ଏବଂ ମାନବ ଅଧିକାର ସଂଗଠନ ଏହାକୁ ବିରୋଧ କରିଥିଲେ। ଏହି ସଂଗଠନଗୁଡିକଙ୍କର ଆଖ୍ୟବ ଅନୁସାରେ, ସରକାରଙ୍କ ଏହି ପଦକ୍ଷେପ ଧାର୍ମିକ ସ୍ୱାଧୀନତାର ଅଧିକାରକୁ ଉଲ୍ଲଂଘନ କରୁଛି ଏବଂ ମହିଳାମାନଙ୍କୁ ସେମାନଙ୍କ ପୋଷାକ ବିଷୟରେ ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ।

ଫ୍ରାନ୍ସ ପରେ ବେଲଜିୟମ ଏବଂ ହଲାଣ୍ଡ ପରି ୟୁରୋପୀୟ ଦେଶମାନେ ମଧ୍ୟ ବୁର୍ଖା ଏବଂ ନକାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।୨୦୧୧ରେ, ବେଲଜିୟମ ମହିଳାମାନଙ୍କୁ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବାକୁ ବାରଣ କରିଥିଲା କ୍ଷ ସେହିପରି ୨୦୧୫ରେ ହଲାଣ୍ଡ ସ୍କୁଲ, ଡାକ୍ତରଖାନା, ଜନସାଧାରଣ ପରିବହନ ଏବଂ ସରକାରୀ କାର‌୍ୟ୍ୟାଳୟ ପରି ସ୍ଥାନ ସମେତ ଅନ୍ୟ ସର୍ବସାଧାରଣରେ ବୁର୍ଖା ପିନ୍ଧିବାକୁ ବାରଣ କରିଥିଲା । ଏହି ଦେଶଗୁଡିକ ବ୍ୟତୀତ ଜର୍ମାନୀ, ଅଷ୍ଟ୍ରିଆ, ଡେନମାର୍କ ଏବଂ ନରୱେ ମଧ୍ୟ ସେମାନଙ୍କର କେତେକ ଆଇନ ବ୍ୟବସ୍ଥାରେ ବୁର୍ଖା ନିଷେଧାଦେଶ ଲାଗୁ କରିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *