ଦ୍ୱିତୀୟ ଥର ବାପା ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ବାପା ହେଲେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ତାଙ୍କ ଘରକୁ ଆସିଛି କୁନି ଅତିଥି । ବର୍ଡ଼ର ଗାଭାସ୍କର ଟ୍ରଫି ପୂର୍ବରୁ ସେ ପୁଣି ଥରେ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗତକାଲି ତାଙ୍କ ପତ୍ନୀ ଋତିକା ସଜଦେହ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର ଶୁଣିବା ପରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଓ କ୍ରିକେଟ ଜଗତର ବ୍ୟକ୍ତି ବିଶେଷଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

୨୦୧୫ରେ ରୋହିତ-ଋତିକା ବିବାହ କରିଥିଲେ । ୨୦୧୮ରେ ତାଙ୍କର ଗୋଟିଏ ଝିଅ ହୋଇଥିଲା । ଯାହାର ନାଁ ହେଉଛି ସମାୟରା । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଠି ଏକ ନବଜାତ ସହ ଜଣେ ମହିଳା ଏବଂ ପୁରୁଷଙ୍କ ହାତ ଧରିଥିବା ନଜର ଆସିଛି । କିନ୍ତୁ କାହାର ମୁହଁ ଦେଖାଯାଉନାହିଁ । ଏହା ରୋହିତ- ଋତିକାଙ୍କ କୁନି ପୁଅ ବୋଲି କୁହାଯାଉଛି । କିନ୍ତୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ । ଆସନ୍ତା ୨୨ ତାରିଖରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏନେଇ ଦୁଇ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛି । ବର୍ତ୍ତମାନ ରୋହିତ ଶର୍ମା ସମସ୍ତ ସିରିଜରେ ନଜର ଆସିପାରନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *