ସିଦ୍ଧୁ କାହିଁକି ଛାଡ଼ିଲେ କପିଲଙ୍କ ଶୋ’, କହିିଲେ କାରଣ

ମୁମ୍ବାଇ: କପିଲ ଶର୍ମାଙ୍କ କମେଡି ଶୋ’ରେ ନବଜ୍ୟୋତ ସିଦ୍ଧୁଙ୍କ ଉପସ୍ଥିତିକୁ ଦର୍ଶକ ପସନ୍ଦ ମଧ୍ୟ କରନ୍ତି। ସିଦ୍ଧୁଙ୍କ ମଜାଳିଆ କଥା ସହ କପିଲଙ୍କ ମଜାମସ୍ତି ଶୋ’କୁ ଆହୁରି ମଜାଦାର କରିଦିଏ। ୨୦୧୯ରେ ହଠାତ ସିଦ୍ଧୁ କପିଲଙ୍କ ଶୋ’ ଛାଡ଼ିଦେଇଥିଲେ। କାରଣ କାହାକୁ ବି ଜଣା ନଥିଲା। ଏପରିକି ସିଦ୍ଧୁ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖି ନଥିଲେ। ଶୋ’କୁ ସିଦ୍ଧୁ ଛାଡ଼ିଦେବା କଥା ହଠାତ ପ୍ରଶଂସକ ଗ୍ରହଣ କରିପାରିନଥିଲେ। ସେହି ସମୟରେ ଅନେକ କିଛି କାରଣ ପାଇଁ ସିଦ୍ଧୁ ଶୋ’ ଛାଡ଼ିଥିବା କଥା ସାମ୍ନାକୁ ଆସିଥିଲା। ହେଲେ ଏନେଇ କିଛି ସ୍ପଷ୍ଟ ଉତ୍ତର ନଥିଲା।

ଶୋ’ ଛାଡ଼ିବାର ୫ ବର୍ଷ ପରେ ନବଜ୍ୟୋତ ସିଂ ସିଦ୍ଧୁ ଏବେ ମୁୁହଁ ଖୋଲିଛନ୍ତି। କ’ଣ ପାଇଁ ଏବଂ କାହିଁ କି କପିଲଙ୍କ ଶୋ’ ଛାଡ଼ିଥିଲେ କହିଛନ୍ତି। ଏକ ସାକ୍ଷାତକାରରେ ଏନେଇ ମୁହଁ ଖୋଲିଛନ୍ତି ସିଦ୍ଧୁ। ଆଉ କହିଛନ୍ତି କପିଲ ଏବଂ ତାଙ୍କ ସମ୍ପର୍କ ବହୁତ ଭଲ। କିଛି ରାଜନୈତିକ କାରଣରୁ ସେ କପିଲଙ୍କ ଶୋ’ ଛାଡ଼ିଥିଲେ। ଏହା ଠାରୁ ଆଉ ଅଧିକ କିଛି କହିପାରିବେ ନାହିଁ ବୋଲି ସେହି ସାକ୍ଷାତକାରରେ କହିଥିଲେ କପିଲ।

ଆଉ କିଛି କାରଣ ଥିଲା ଯାହା ପାଇଁ ତାଙ୍କୁ କପିଲଙ୍କ ଶୋ’କୁ ଅଲବିଦା କହିବାକୁ ପଡ଼ିଥିଲା। ଶୋ’ ଏବେ ବହୁତ ଭଲ ଚାଲିଛି। କପିଲ ଜଣେ ଞ୍ଚାନୀ ପିଲା। ବାର୍ତ୍ତାଳାପରେ ସେ କପିଲ ଶର୍ମାଙ୍କ ସହ କାମ କରିବାର ସ୍ମୃତି ବାଣ୍ଟିଥିଲେ ଏବଂ ହାସ୍ୟ ଅଭିନେତାଙ୍କ ସହ ତାଙ୍କର ଦୀର୍ଘ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ସିଦ୍ଧୁ କହିଛନ୍ତି ଯେ କପିଲଙ୍କ ଶୋ’ର ଅନେକ ସିଜନ ସହିତ ସେ ଜଡିତ ଥିଲେ, ଯେତେବେଳେ କପିଲ ପ୍ରଥମେ ‘ଦି ଗ୍ରେଟ ଇଣ୍ଡିଆନ ଲାପ୍ଟର ଚ୍ୟାଲେଞ୍ଜ’ରେ ନିଜର ସ୍ବତନ୍ତ୍ର ପାଇଥିଲେ। ସେ ମନେ ପକାଇଲେ କିପରି ବିଗ ବସରେ ଯୋଗଦେବା ପରେ କପିଲ ଏହି ସୋରେ ଯୋଗଦେବା ପାଇଁ ତାଙ୍କ ନିକଟକୁ ଯାଇଥିଲେ।

ସିଦ୍ଧୁ ୨୦୧୯ ପୁଲୱାମା ଆଟାକ୍ ଘଟଣାରେ କିଛି ବିବାଦୀୟ ବୟାନ ଦେଇଥିଲେ। ଯାହା ପାଇଁ ତାଙ୍କୁ ଅନେକ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *