ଟ୍ରେନ ଆଗରେ ରିଲ୍ସ କଲେ ରୁଜୁ ହେବ ମାମଲା, ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଟ୍ରେନ ଆଗରେ ରିଲ୍ସ ପଡ଼ିବ ମହଙ୍ଗା। ଏପରି କରୁଥିବା ଲୋକଙ୍କ ବିରୋଧରେ ହେବ ମାମଲା ରୁଜୁ। ଏଥିପାଇଁ ରେଲୱେ ପକ୍ଷରୁ ଜାରି କରାଯାଇଛି ନୋଟିସ। ଯଦି କୌଣସି ବ୍ୟକ୍ତି ଟ୍ରେନ ଟ୍ରାକରେ ରିଲ୍ସ କରୁଥାନ୍ତି, ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ଏନେଇ କେନ୍ଦ୍ର ସରକାର ଆଭିମୁଖ୍ୟ ଆପଣାଇଥିବା ବେଳେ ରେଲୱେ ବୋର୍ଡ ବିଜ୍ଞପ୍ତି ଜାରି କରିଛି।

ଭାଇରାଲ ହେବା ମୋହରେ କେତେବେଳେ ଟ୍ରାକ୍ ଉପରେ ଯୁବ ପିଢ଼ି ଶୋଇ ପଡ଼ି ରିଲ୍ କରୁଛନ୍ତି ତ କେତେବେଳେ ଚଳନ୍ତା ଟ୍ରେନ୍ ଆଗରେ ଶୁଟ୍ କରୁଛନ୍ତି ଭିଡିଓ । ଫଳରେ ଅକାଳରେ ଚାଲି ଯାଉଛି ବହୁ ଜୀବନ । ଏଥିସହ ବହୁ ରେଳ ଯାତ୍ରୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହେଉଥିବା ବେଳେ ରେଳ ବିଭାଗର ବି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି।

ହେଲେ ଏହାକୁ ଆଉ ବରଦାସ୍ତ କରାଯିବନି । ଏଥିନେଇ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ସରକାର। ଏପରି କଲେ ରୁଜୁ ହେବ ମାମଲା ଓ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏନେଇ ରେଲୱେ ପକ୍ଷରୁ ସବୁ ଜୋନ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷିତ ରେଳ ପରିଚାଳନାରେ ତ୍ରୁଟି ଘଟାଇଲେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରେଳ ବିଭାଗ ଚେତାବନୀ ଦେଇଛି।

ତେବେ ନିକେଟରେ ଏମିତି କେତେ ସବୁ ଭିଡିଓ ଦେଖିବାକୁ ମିଳିଛି । ଯେଉଁଥିରେ କେହି ଟ୍ରେନ ଟ୍ରାକରେ ଗାଡି ଚଲାଉଥିବା ବେଳେ ଅନ୍ୟ କେହି ଟ୍ରେନ ଭିତରେ ଡ୍ୟାନ୍ସ କରୁଛନ୍ତି । ଆଉ କେଉଁଠି ପ୍ଲାଟଫର୍ମରେ ଚଳନ୍ତା ଟ୍ରେନକୁ ଧରି ଭିଡିଓ କରୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପାଇଁ ଅପଲୋଡ କରୁଛନ୍ତି

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *