ରାହୁଲ ଗାନ୍ଧୀଙ୍କ ବ୍ୟାଗ୍ ଯାଞ୍ଚ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବ୍ୟାଗ ଯାଞ୍ଚ କଲେ ନିର୍ବାଚନ ଆୟୋଗ ଅଧିକାରୀ। ମହାରାଷ୍ଟ୍ରର ଅମରାବତୀରେ ନିର୍ବାଚନୀ ପ୍ରଚାରକୁ ଯିବା ସମୟରେ ରାହୁଲଙ୍କ ବ୍ୟାଗରେ ତଲାସୀ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧି ସେହି ସ୍ଥାନରେ ଉପସ୍ଥିତ ଥିଲେ। କିନ୍ତୁ କିଛି ସମୟ ପରେ ସେ ସେଠାରୁ ଚାଲି ଯାଇଥିଲେ, ଯାହାର ଭିିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ରାହୁଲ ନିର୍ବାଚନ ପ୍ରଚାର ପାଇଁ ଅମରାବତୀ ଯାଇଥିଲେ । ସେଠାରେ ତାଙ୍କ ହେଲିକପ୍ଟର ଅବତରଣ କରୁ କରୁ ନିର୍ବାଚନ ଆୟୋଗର କିଛି ଅଧିକାରୀ ସେଠାକୁ ଯାଇ ବ୍ୟାଗ ଯାଞ୍ଚ କରିଥିଲେ। ରାହୁଲଙ୍କ ବ୍ୟାଗ ଯାଞ୍ଚ ହେଉଥିଲେ ମଧ୍ୟ ସେ ସେଠାରୁ ଚାଲିଯାଇ ଦଳୀୟ କର୍ମକର୍ତ୍ତାଙ୍କ ସହ ବାର୍ତ୍ତାଳାପ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ନିକଟରେ ନିର୍ବାଚନ ଅଧିକାରୀମାନେ ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଓ ବ୍ୟାଗକୁ ଯାଞ୍ଚ କରିଥିଲେ। ଏହାର ଭିଡିଓ ଉଦ୍ଧବ ରେକର୍ଡ କରିବା ସହ କ’ଣ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ବ୍ୟାଗକୁ ଯାଞ୍ଚ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ନିର୍ବାଚନ ହେବାକୁ ଥିବା ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରକୁ ଗସ୍ତ କରୁଥିବା ନେତାମାନଙ୍କ ବ୍ୟାଗ ଯାଞ୍ଚ କରୁଛି ନିର୍ବାଚନ ଆୟୋଗ। ଶୁକ୍ରବାର ଅମିତ ଶାହ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ, ଅଜିତ ପାୱାର ଏବଂ ଅନ୍ୟମାନଙ୍କ ହେଲିକେପ୍ଟର ଏବଂ ବ୍ୟାଗ ମଧ୍ୟ ଯାଞ୍ଚ କରାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *