ଭିକ୍ଟୋରିଆ କଜେର ହେଲେ ମିସ୍ ୟୁନିଭର୍ସ

ନୂଆଦିଲ୍ଲୀ: ମିସ ୟୁନିଭର୍ସ ୨୦୨୪ର ମୁକୁଟ ପିନ୍ଧିଲେ ଭିକ୍ଟୋରିଆ କଜେର ଥେଲଭିଗ । ତାଙ୍କୁ ଗତ ବର୍ଷର ମିସ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ମୁକୁଟ ପିନ୍ଧାଇଥିଲେ। ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।

ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ । ଏହି ବିୟୁଟି କଣ୍ଟେଷ୍ଟରେ ଚଳିତ ବର୍ଷ ୧୨୫ଟି ଦେଶରୁ ଅନେକ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଏହି କ୍ରମରେ ମିସ ୟୁନିଭର୍ସ -୨୦୨୪ ଘୋଷଣା ହୋଇଥିଲା । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ହୋଇଥିଲେ ଭିକ୍ଟୋରିଆ କଜେର ଥେଲଭିଗ । ସେହିପରି ପ୍ରଥମ ରର୍ନ ଅପ ନାଇଜେରିଆର ଚିଡିମ୍ମା ଆଡେଟସିନା, ଦ୍ୱିତୀୟ ରର୍ନ ଅପ ମେକ୍ସିକୋର ମାରିଆ ଫର୍ନାଣ୍ଡା ବେଲ୍ଟ୍ରାନ, ତୃତୀୟ ରର୍ନ ଅପ ଥାଇଲ୍ୟାଣ୍ଡର ଓପମ୍‌ଲ ସୁଚାତା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରର୍ନ ଅପ ଭେନେଜୁଏଲର ଇଲିଆନା ମାର୍କେଜ ହୋଇଛନ୍ତି। ଚଳିତ ବର୍ଷର ମିସ୍ ୟୁନିଭର୍ସ-୨୦୨୪ର ମୁକୁଟ ଭିକ୍ଟୋରିଆ କେଜର ଥେଲଭିଗଙ୍କ ମୁଣ୍ଡରେ ଶୋଭା ପାଇଛି। ମିସ ୟୁନିଭର୍ସ ୨୦୨୪ ର ଗ୍ରାଣ୍ଡ ଫିନାଲରେ ଭାରତର ରିୟା ସିଙ୍ଗା ମଧ୍ୟ ଅଂଶଗ୍ରହଣ କରିଥିଲେ, ଯିଏ ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଥିଲେ । କିନ୍ତୁ ଶ୍ରେଷ୍ଠ ୧୨ରେ ପ୍ରବେଶ କରିପାରି ନ ଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *