ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା, ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ରିଲ୍ ନୁହେଁ ରିଏଲ ଲାଇଫରେ ବାଜିଛି ସାହାନାଇ। ମିିଛି ମିଛି କା ପରଦାରେ ନୁହେଁ ବରଂ ସତ ଜୀବନରେ ବାଛିଲେ ଜୀବନ ସାଥୀ। ସିକ୍ରେଟ ମ୍ୟାରେଜ କରି ଫ୍ୟାନ୍ସଙ୍କୁ ଦେଇଛନ୍ତି ବଡ଼ ସରପ୍ରାଇଜ । ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ। ଭୁବନେଶ୍ୱରର ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କ ଧରିଛନ୍ତି ହାତ। ଓଡିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି ।

ବିବାହ ପରେ ସୋସିଆଲ ମିଡିଆରେ ଫୋଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଏଲିନା। ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଦୁଇ ଲଭ ବାର୍ଡଙ୍କର ଏବେ ବିବାହକୁ ନେଇ ସେମିତି କୌଣସି ଖବର କି ଚର୍ଚ୍ଚା ବି ନଥିଲା।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ବଡ଼ ଖବର ହେଉଛି ଏଲିନାଙ୍କ ବିବାହ ଖବର ନା ଫ୍ୟାନ ନା ଓଲିଉଡ କେଉଁଠି ବି ଜଣାନଥିଲା।

ବିବାହ ପରେ ଅନୁରାଗ ଓ ଏଲିନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତରଙ୍ଗ ଟିଭିର ‘କିଏ ହେବ ମୋ ହିରୋଇନ୍’ ରିଆଲିଟି ଶୋ’ର ବିଜେତା ହେବା ପରେ ‘ଇସ୍କ ତୁ ହି ତୁ’ ଫିଲ୍ମ ଜରିଆରେ ଓଲିଉଡରେ ଏଣ୍ଟ୍ରି ମାରିଥିଲେ ଏଲିନା। ତା’ପରଠୁ ଏକାଧିକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *