ପାଟଣାରେ ରିଲିଜ ହେଲା ପୁଷ୍ପା-୨ ଟ୍ରେଲର

ରିଲିଜ ହୋଇଛି ‘ପୁଷ୍ପା-୨’ ଟ୍ରେଲର। ପାଟନାରେ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ ଫିଲ୍ମ ପୁଷ୍ପା: ଦ ରୁଲର ଟ୍ରେଲର ରିଲିଜ କରିଛନ୍ତି। ମୋଟା ଅର୍ଥରେ ତିଆରୀ ହୋଇଥିବା ଏହି ଫିଲ୍ମକୁ ନେଇ ବେଶ ଆଶାବାଦୀ ଅଛନ୍ତି ଅଲ୍ଲୁ। ଫ୍ୟାନ୍ସ ମଧ୍ୟ ଫିଲ୍ମକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ପାଟନାରେ ଟ୍ରେଲର ଲଞ୍ଚ ହେବା ସମୟରେ ଫିଲ୍ମର ଅଭିନେତ୍ରୀ ରଶ୍ମିକା ମନ୍ଦନା ମଧ୍ୟ ଉପସ୍ଥିତ ଥିଲେ। ପାଟନାର ଗାନ୍ଧୀ ମୈଦାନରେ ଟ୍ରେଲର ଲଞ୍ଚ କରାଯାଇଥିଲା। ଟ୍ରେଲରେ ଅଲ୍ଲୁ ଅର୍ଜ୍ଜୁନଙ୍କ ଜବରଦସ୍ତ ସିନ୍ ଦେଖିବାକୁ ପାଇଛନ୍ତି ଦର୍ଶକ। ଟ୍ରେଲରେ ଜବରଦସ୍ତ ଡାଇଲଗର ତଡ଼କା ମଧ୍ୟ ଦେଖିବାକୁ ପାଇଛନ୍ତି ଦର୍ଶକ। ଟ୍ରେଲରେ ଏକ ଡାଇଲଗ ରହିଛି ‘ପୁଷ୍ପା ଅଢ଼େଇ ଅକ୍ଷର ନାଁ ଛୋଟ ହେଲେ କାମ ବଡ଼’ ଏହା ସହ ପୁଷ୍ପାର ଆଉ କିଛି ଡାଇଲଗ ଅଛି ଯାହା ଦର୍ଶକଙ୍କ ମନକୁ ଛୁଇଁଛି। ଟ୍ରେଲରେ ଅଲ୍ଲୁଙ୍କ ଆକ୍ସନ ସିନ୍ ମଧ୍ୟ ଜବରଦସ୍ତ ରହିଛି।

ଏକ୍ସପଟଙ୍କ କହିବା ଅନୁସାରେ ଚଳିତ ବର୍ଷର ସବୁଠାରୁ ବଡ଼ ଫିଲ୍ମ ରହିଛି ‘ପୁଷ୍ପା-୨’। ଡିସେମ୍ବର-୫ରେ ସିନେମା ଘରରେ ରିଲିଜ ହେବ ଏହି ଫିଲ୍ମ। ପାଟଣାରେ ସାଉଥ ଷ୍ଟାରକାଷ୍ଟଙ୍କୁ ଦେଖି ଫ୍ୟାନ୍ସ ମଧ୍ୟ ବେଶ ଉତ୍ସାହିତ ହୋଇଥିଲେ। ପୁଷ୍ପା-୧ ଭଳି ପୁଷ୍ପା-୨ ମଧ୍ୟ ବକ୍ସ ଅଫିସରେ ଧମାଲ କରିବ ବୋଲି ପୁଷ୍ପା ମେକର୍ସ ଆଶାବାଦୀ ଅଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *