ବିନା ପାରିଶ୍ରମିକରେ ବି କାମ କରିବାକୁ ପଡ଼େ: ଅଜୟ

ମୁମ୍ବାଇ: ଫିଲ୍ମ ଫ୍ଲପ ହେଲେ ଆମକୁ ପାରିଶ୍ରମିକ ମିଳେ ନାହିଁ । ସାଧାରଣତଃ ଅଭିନେତାମାନେ ସ୍କ୍ରିପ୍ଟ, ଚଳଚ୍ଚିତ୍ର ଏବଂ ପ୍ରୋଜେକ୍ଟ ଅନୁଯାୟୀ ଫି ନେଇଥାନ୍ତି । ଯଦି ଫିଲ୍ମ ଫ୍ଲପ ହୋଇଗଲା ତାହାହେଲେ ଆମେ କୌଣସି ଟଙ୍କା ପାଇ ନ ଥାଉ । ଏମିତି କି ଫିଲ୍ମ ବିନା ପାରିଶ୍ରମିକରେ କରିବାକୁ ପଡ଼ିଥାଏ । ଏପରି କହିଛନ୍ତି ବଲିଉଡ ସୁପରଷ୍ଟାର ଅଜୟ ଦେବଗନ । କେବଳ ଅଜୟ ନୁହଁନ୍ତି ଅଭିନେତା ଅକ୍ଷୟ କୁମାର ମଧ୍ୟ ସମାନ କଥା ଦୋହରାଇଛନ୍ତି । ଅଜୟଙ୍କ ଏପରି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି ।

ଅଭିନେତା ଅଜୟ ଦେବଗନ ତାଙ୍କ ଫିଲ୍ମ ‘ସିଂହମ ଏଗେନ’ କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଜୟ ଏହି ଫିଲ୍ମରେ ଥରେ ‘ସିଂହମ’ ଅବତାରରେ ନଜର ଆସିଥିବାବେଳେ ଅକ୍ଷୟ ଏହି ଫିଲ୍ମରେ ଏକ କ୍ୟାମିଓ ଭୂମିକାରେ ଅଭିନୟ କରିଛନ୍ତି । ଏହି ସମୟରେ, ଦୁହେଁ ଆଜିର ସମୟରେ ଚଳଚ୍ଚିତ୍ର ପାଇଁ ଅଭିନେତାମାନଙ୍କୁ ଦିଆଯାଉଥିବା ଫି ବିଷୟରେ ଆଲୋଚନା କରିଥିଲେ । ସେମାନେ ପ୍ରକାଶ କରିଛନ୍ତି ଯେ ବେଳେବେଳେ ଫିଲ୍ମ ଫ୍ଲପ୍ ହେଲେ ତାଙ୍କୁ କୌଣସି ପାରିଶ୍ରମିକ ମିଳେ ନାହିଁ। ଏକ ସାକ୍ଷାତକାରରେ ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ପଚରାଯାଇଥିଲା ଯେ ଚଳଚ୍ଚିତ୍ରର ବଜେଟ୍ ବଢୁଛି କାରଣ ଆଜିକାଲି ଅଭିନେତାମାନେ ବିପୁଳ ଫି ଆଦାୟ କରୁଛନ୍ତି।

ଅଜୟ କହିଛନ୍ତି- ‘ଅଭିନେତାମାନେ ସ୍କ୍ରିପ୍ଟ, ଚଳଚ୍ଚିତ୍ର ଏବଂ ପ୍ରୋଜେକ୍ଟ ଅନୁଯାୟୀ ଫି ନିଅନ୍ତି ।’ । ଯଦି ଆମେ ଆଜି ଏକ ଫିଲ୍ମ ପାଇଁ ସାଇନ କରୁ, ତେବେ ଆମେ କିଛି ଚାର୍ଜ କରୁନାହୁଁ । କେବଳ ସେୟାର ନେଉ । ଯଦି ଏହା ହିଟ ହୁଏ, ତେବେ ଆମେ ଲାଭାଂଶରୁ କିଛି ଅଂଶ ପାଇଥାଉ, କିନ୍ତୁ ଯଦି ତାହା ନହୁଏ, ତେବେ ଆମେ କୌଣସି ଟଙ୍କା ପାଇ ନ ଥାଉ । ଏମିତି କି ବିନା ପାରିଶ୍ରମିକରେ କାମ କରିବାକୁ ପଡ଼ିଥାଏ ବୋଲି ଅଜୟ କହିଛନ୍ତି । ଅଜୟ ଦେବଗନ୍ ଯାହା କହିଛନ୍ତି ମୁଁ ତାହା ସହମତ ବୋଲି ଅକ୍ଷୟ କହିଛନ୍ତି ।

ଗତ ୧ ତାରିଖରେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ସିଂହମ ଏଗେନ’ ମୁକ୍ତିଲାଭ କରିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି ଏହି ଫିଲ୍ମ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *