କେରଳ: ରାସ୍ତାରେ ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିବା କାର ମାଲିକଙ୍କୁ ପଡ଼ିଛି ମହଙ୍ଗା । ଏହି କାର ଉପରେ କେରଳ ସରକାର ଅଢେଇ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି । ସ୍ଥାନୀୟ ପ୍ରଶାସନ କାର୍ ମାଲିକଙ୍କ ଘରକୁ ଯାଇ ତାଙ୍କ ହାତରେ ଏହି ଜରିମାନା ଧରାଇଛନ୍ତି। କେରଳରେ ଦେଖିବାକୁ ମିଳିଛି ଏପରି ଘଟଣା । ଏହା ଜାଣିବା ପରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ସାଧାରଣତଃ ଯଦି ରାସ୍ତାରେ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ଦେବା ପାଇଁ ନିୟମ ରହିଛି । ହେଲେ କେରଳ ଜଣେ ବ୍ୟକ୍ତି କାର ନେଇ ଯାଉଥିବା ବେଳେ ପଛରେ ଆସୁଥିବା ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ି ନ ଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଯେତେ ହର୍ଣ୍ଣ ମାରିଲେ ବି କାର ଚାଳକ ଅଣଦେଖା କରିଥିଲେ । ଉକ୍ତ ଆମ୍ବୁଲାନ୍ସ ଜଣେ ଗୁରୁତର ରୋଗୀକୁ ନେଇ ଯାଉଥିଲା । ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ସ୍ଥାନୀୟ ପ୍ରଶାସନ ଏହା ଜାଣିବା ପରେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପ୍ରଶାସନ ଅଢେଇ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ଏଭଳି ଉଦାହରଣ ମୂଳକ ପଦକ୍ଷେପ ନେଇ କେରଳର ସ୍ଥାନୀୟ ପ୍ରଶାସନ କାର୍ ମାଲିକଙ୍କ ଘରକୁ ଯାଇ ତାଙ୍କ ହାତରେ ଏହି ଜରିମାନା ଧରାଇଛନ୍ତି। ଏଥିସହିତ ରାସ୍ତାରେ ଅତ୍ୟାବଶ୍ୟକ ସେବା ପାଇଁ ପଥକୁ ସୁଗମ କରିବାକୁ ସରକାର ପ୍ରତିବଦ୍ଧତା ଜଣାଇଛନ୍ତି।