ମିସ୍ ୟୁନିଭର୍ସଙ୍କ ମୁକୁଟର ଦାମ ୪୨ କୋଟି, କ୍ରାଉନରେ ଅଛି ହୀରା ସହ ୨୩ ପ୍ରକାରର ମୋତି

ନୂଆଦିଲ୍ଲୀ: ମିସ ୟୁନିଭର୍ସ ୨୦୨୪ର ମୁକୁଟ ପିନ୍ଧିଲେ ଭିକ୍ଟୋରିଆ କଜେର ଥେଲଭିଗ । ତାଙ୍କୁ ଗତ ବର୍ଷର ମିସ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ମୁକୁଟ ପିନ୍ଧାଇଥିଲେ। ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ । ଭିକ୍ଟୋରିଆ କଜେର ଥେଲଭିଗଙ୍କୁ ପିନ୍ଧାଯାଇଥିବା ମୁକୁଟର ଦାମ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମୁକୁଟର ମୂଲ୍ୟ ୫ ମିଲିୟନ ଡଲାର। ଭାରତୀୟ ମୁଦ୍ରା ଅନୁସାରେ ଏହା ଦାମ ୪୨ କୋଟି ୨୩ ଲକ୍ଷ ୮୮ ହଜାର ଟଙ୍କା।

ମିସ୍ ୟୁନିଭର୍ସ ୨୦୨୪ କ୍ରାଉନରେ ଅନେକଗୁଡ଼ିଏ ବିଶେଷତା ରହିଛି। ଏହି କ୍ରାଉନରେ ହୀରା ସମେତ ୨୩ ପ୍ରକାରର ସୁବର୍ଣ୍ଣ ମୋତି ସଜାଯାଇଛି। ଏହି ସୁବର୍ଣ୍ଣ ମୋତିକୁ ଦକ୍ଷିଣ ସାଗରରୁ ଅଣାଯାଇଛି। ପାରମ୍ପାରିକ କୌଶଳ ବ୍ୟବହାର କରି ଫିଲିପାଇନ୍ସର କାରିଗରମାନେ ଏହି କ୍ରାଉନକୁ ତିଆରି କରିଛନ୍ତି।

ଏହି କ୍ରାଉନକୁ ତିଆରି କରିବା ପାଇଁ କାରିଗରମାନଙ୍କୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିଛି। କେବଳ ଏତିକି ନୁହେଁ, ମୁକୁଟର ପରିଚୟ ପାଇଁ ଏହାର ଏକ ସ୍ୱତନ୍ତ୍ର ନାମକରଣ ମଧ୍ୟ କରାଯାଇଛି, ଯାହାକୁ ‘ଲୁମିଏରେ ଡି ଲ’ଇନଫିନି’ କୁହାଯାଉଛି। ଏହାର ଅର୍ଥ ଆଲୋକର ଅସୀମତା।

ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ । ଏହି ବିୟୁଟି କଣ୍ଟେଷ୍ଟରେ ଚଳିତ ବର୍ଷ ୧୨୫ଟି ଦେଶରୁ ଅନେକ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଏହି କ୍ରମରେ ମିସ ୟୁନିଭର୍ସ -୨୦୨୪ ଘୋଷଣା ହୋଇଥିଲା । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ହୋଇଥିଲେ ଭିକ୍ଟୋରିଆ କଜେର ଥେଲଭିଗ । ସେହିପରି ପ୍ରଥମ ରର୍ନ ଅପ ନାଇଜେରିଆର ଚିଡିମ୍ମା ଆଡେଟସିନା, ଦ୍ୱିତୀୟ ରର୍ନ ଅପ ମେକ୍ସିକୋର ମାରିଆ ଫର୍ନାଣ୍ଡା ବେଲ୍ଟ୍ରାନ, ତୃତୀୟ ରର୍ନ ଅପ ଥାଇଲ୍ୟାଣ୍ଡର ଓପମ୍ଲ ସୁଚାତା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରର୍ନ ଅପ ଭେନେଜୁଏଲର ଇଲିଆନା ମାର୍କେଜ ହୋଇଛନ୍ତି। ଚଳିତ ବର୍ଷର ମିସ୍ ୟୁନିଭର୍ସ-୨୦୨୪ର ମୁକୁଟ ଭିକ୍ଟୋରିଆ କେଜର ଥେଲଭିଗଙ୍କ ମୁଣ୍ଡରେ ଶୋଭା ପାଇଛି। ମିସ ୟୁନିଭର୍ସ ୨୦୨୪ ର ଗ୍ରାଣ୍ଡ ଫିନାଲରେ ଭାରତର ରିୟା ସିଙ୍ଗା ମଧ୍ୟ ଅଂଶଗ୍ରହଣ କରିଥିଲେ, ଯିଏ ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଥିଲେ । କିନ୍ତୁ ଶ୍ରେଷ୍ଠ ୧୨ରେ ପ୍ରବେଶ କରିପାରି ନ ଥିଲେ।

ଶେଷ ଥର ପାଇଁ ହରନାଜ ସାନ୍ଧୁ ଭାରତକୁ ମିସ୍ ୟୁନିଭର୍ସ ଟାଇଟଲ୍ ଭେଟି ଦେଇଥିଲେ। ସେ ୨୦୨୧ ସଂସ୍କରଣର ବିଜୟୀ ହୋଇଥିଲେ। ୨୦୦୦ରେ ଲାରା ଦତ୍ତଙ୍କ ପରେ ଅର୍ଥାତ୍ ୨୧ ବର୍ଷ ପରେ ହରନାଜ ସାନ୍ଧୁ ମିସ୍ ୟୁନିଭର୍ସ ହୋଇଥିଲେ। ତାଙ୍କ ପୂର୍ବରୁ ୧୯୯୪ରେ ସୁସ୍ମିତା ସେନ ଭାରତର ପ୍ରଥମ ମିସ୍ ୟୁନିଭର୍ସ ଭାବେ ଏହି ଟାଇଟଲ୍ ହାତେଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *