ଆତଙ୍କବାଦୀଙ୍କୁ ସେନାର ଦମନ ପରେ କ’ଣ ହୁଏ ମୃତଦେହ?

ନୂଆଦିଲ୍ଲୀ,୧୨।୯: ଭାରତର ପ୍ରତିରକ୍ଷାରେ ନିୟୋଜିତ ଭାରତୀୟ ଯବାନମାନେ ସୀମା ଇଲାକାରେ କଡ଼ା ନଜର ରଖିଥାନ୍ତି। ଯେମିତି କୌଣସି ଅନୁପ୍ରବେଶକାରୀ କିମ୍ବା ଆତଙ୍କବାଦୀ ଦେଶ ଭିତରକୁ ପଶି ପାରିବେନି। ତେବେ ଧରାପଡିବା ପରେ ଯବାନମାନେ ସେମାନଙ୍କୁ ସିଧା ଆଟାକ୍‌ କରି ନିପାତ କରିଥାନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ମୃତଦେହ ସହିତ କଣ କରାଯାଏ ତାହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ। ଏହି ପ୍ରସଙ୍ଗ କେବଳ ମାନବିକ ଦୃଷ୍ଟିକୋଣରୁ ନୁହେଁ ବରଂ ଆଇନଗତ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ହତ୍ୟା କରାଯାଇଥିବା ଆତଙ୍କବାଦୀଙ୍କ ମୃତଦେହ ସହିତ ସେନା କଣ କରେ? ଜାଣନ୍ତୁ ସେ ସମ୍ପର୍କରେ

ଯେତେବେଳେ ସେନା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରେ, ପ୍ରଥମେ ସେହି ମୃତଦେହର ମେଡିକାଲ ଏବଂ ପରିଚୟ ଯାଞ୍ଚ ପାଇଁ ନିଆଯାଏ। ଶରୀରକୁ ଚିହ୍ନିବା ଏବଂ ସିଏ ଆତଙ୍କବାଦୀ ବୋଲି ନିଶ୍ଚିତ କରିବା ପାଇଁ ପୋଷ୍ଟମର୍ଟମ ଏବଂ ଡିଏନଏ ପରୀକ୍ଷା କରାଯାଏ। ବେଳେବେଳେ, ସୁରକ୍ଷା କାରଣରୁ ଶରୀରକୁ ତୁରନ୍ତ ସେଠାରୁ ହଟାଇ ଦିଆଯାଏ ଯାହାଦ୍ୱାରା ଅନ୍ୟ ଆତଙ୍କବାଦୀ କିମ୍ବା ସେମାନଙ୍କ ସମର୍ଥକମାନେ ଏହାକୁ ଫେରାଇ ନେଇ ପାରିବେ ନାହିଁ।

ଯଦି ତାହା ଆତଙ୍କବାଦୀଙ୍କ ମୃତଦେହ ଚିହ୍ନଟ ହୁଏ ଏବଂ ତାଙ୍କ ପରିବାର କିମ୍ବା ସମ୍ପର୍କୀୟମାନେ ତାଙ୍କ ମୃତଦେହ ନେବାକୁ ପ୍ରସ୍ତୁତ, ତେବେ ତାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥାଏ। ଏଥି ସହିତ, ଯଦି ମୃତଦେହ ନେବାକୁ କେହି ପ୍ରସ୍ତୁତ ନୁହଁନ୍ତି, ତେବେ ମୃତଦେହକୁ ସ୍ଥାନୀୟ ପ୍ରଶାସନ କିମ୍ବା ନ୍ୟାୟିକ ପ୍ରକ୍ରିୟା ଦ୍ୱାରା ମୃତଦେହ ସଂସ୍କାର କରାଯାଏ। ବେଳେବେଳେ ମୃତଦେହକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇ ପାରମ୍ପାରିକ ଉପାୟରେ ପୋତି ଦିଆଯାଇଥାଏ। ତେବେ କେତେକ ଦେଶରେ ଆତଙ୍କବାଦୀଙ୍କ ମୃତଦେହ ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶିତ ହୁଏ ଯେଉଁଥିରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୁଏ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ଦୃଢ ବାର୍ତ୍ତା ପଠାଯାଇଥାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *