ଗିରଫ ହେଲା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ତଳେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲା ପୋଲିସ। ସେବେଠାରୁ ମୁମ୍ବାଇ ଏବଂ ଦିଲ୍ଲୀର ମିଳିତ ପୋଲିସ ଟିମ୍ ଅନମୋଲକୁ ଖୋଜୁଥିଲା । ଏବେ ଗ୍ୟାଙ୍ଗଷ୍ଟାର ଅନମୋଲକୁ ଗିରଫ କରିଛି ପୋଲିସ । ଆମେରିକାର କାଲିଫର୍ଣ୍ଣିଆରୁ ଅନମୋଲକୁ ଗିରଫ କରିଛି ପୋଲିସ । ତେବେ ଏନେଇ ଦିଲ୍ଲୀ କିମ୍ବା ମୁମ୍ବାଇ ପୋଲିସ ପକ୍ଷରୁ କୌଣସି ସରକାରୀ ସୂଚନା ମିଳିନାହିଁ । କିନ୍ତୁ, ଅନମୋଲର ଗିରଫ ନେଇ ବିଶେଷ ଏଜେନ୍ସି ସୂତ୍ରରୁ ସୂଚନା ଦିଆଯାଇଛି।

ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅକ୍ଟୋବର ୧୨ ତାରିଖରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଧିକଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇର ନାଁ ଚର୍ଚ୍ଚାକୁ ଆସିଥିଲା। ଏବେ ଲରେନ୍ସ ବିଷ୍ଣୋଇ ଗୁଜରାଟର ସାବରମତୀ ଜେଲରେ ଅଛି। କିନ୍ତୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବେବି ସକ୍ରିୟ ରହିଛି। ଗ୍ୟାଙ୍ଗ ମଧ୍ୟ ମଜବୁତ ହେଉଥିବା ସୂଚନା ରହିଛି। କୁହାଯାଉଛି ଲରେନ୍ସ ବିଷ୍ଣୋଇ ଜେଲ ଯିବା ପରେ ଗ୍ୟାଙ୍ଗ କଥା ବୁଝାସୁଝା କରୁଛି ଛୋଟ ଭାଇ ଅନମୋଲ ବିଷ୍ଣୋଇ।
ଅନମୋଲ ବିଷ୍ଣୋଇ ଗ୍ୟାଙ୍ଗର ବଡ଼ ଅପରେସନକୁ ସଫଳ କରୁଥିବା କୁହାଯାଇଛି। ଯେମିତି କି ଚଳିତ ବର୍ଷ ଏପ୍ରିଲରେ ସଲମାନ ଖାନଙ୍କ ଘର ବାହାରେ ଫାୟାରିଂ କରିବା ଏବଂ ଏନସିପି ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଅନମୋଲର ନାଁ ସାମ୍ନାକୁ ଆସିଥିଲା।

ଅଭିନେତା ସଲମାନ ଖାନଙ୍କ ଘରେ ଗୁଳି ଚଳାଇବା ପରେ ଅନମୋଲ ବିଷ୍ଣୋଇକୁ ଜାତୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ଖୋଜୁଥିଲା। ଗିରଫ ପାଇଁ ଏନଆଇଏ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ୨୦୨୨ ମସିହାରେ ଦୁଇଟି ମାମଲାରେ ଅନମୋଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଡ୍ରଗ୍ସ କାରବାରର ଏକ ଆନ୍ତର୍ଜାତୀୟ ଚୋରାଚାଲାଣ ରାକେଟ୍ ଚଳାଇଥିବା ଅଭିଯୋଗ ହୋଇଛି। ଏନଆଇଏ ଅନମୋଲଙ୍କୁ ‘ମୋଷ୍ଟ ୱାଣ୍ଟେଡ’ ତାଲିକାରେ ରଖି ଏବଂ ତାଙ୍କୁ ଗିରଫ ପାଇଁ ସୂଚନା ପ୍ରଦାନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲା।

ଅନମୋଲ ବିଷ୍ଣୋଇ ବିରୋଧରେ ଆହୁରି ୧୮ ଟି ଅପରାଧିକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ତେବେ କିଛି ଦିନ ପୂର୍ବରୁ ଅନମୋଲ ବିଷ୍ଣୋଇକୁ ଗିରଫ କରିବା ପାଇଁ ଏକ ଜାମିନବିହୀନ ୱାରେଣ୍ଟ ଜାରି କରିଥିଲେ ସ୍ୱତନ୍ତ୍ର କୋର୍ଟ । ଏହାପରେ ଆମେରିକାରୁ ଅନମୋଲକୁ ଆଣିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ସେପଟେ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଅଫତାବ୍ ପୁନାୱାଲାର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। କାରଣ ବିଷ୍ଣୋଇ ଗ୍ୟାଙ୍ଗ ଆଫତାବ ପୁନାୱାଲାକୁ ଟାର୍ଗେଟ କରିବାକୁ ଯୋଜନା କରୁଥିବା ନେଇ ବିଶେଷ ସୁତ୍ରରୁ ଖବର ମିଳିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *