ରିଲିଜ ହୋଇଛି ‘କାନ୍ତାରା-୨’ର ଟିଜର, ଗାନ୍ଧୀ ଜୟନ୍ତୀ ପରଦାକୁ ଆସିବ ଫିଲ୍ମ

ମୁମ୍ବାଇ: ୨୦୨୨ରେ ରିଲିଜ ହୋଇଥିବା କନ୍ନଡ଼ ଫିଲ୍ମ ଷ୍ଟାର ତଥା ନିର୍ମାତା ରିଷଭ ସେଟ୍ଟିଙ୍କ ମାଇଥୋଲୋଜି ଉପରେ ଆଧାରିତ ଫିଲ୍ମ ‘କାନ୍ତାରା’କୁ ପ୍ରଥମ ଦିନରୁ ହିଁ ବହୁ ପ୍ରଶଂସା ମିଳିଥିଲା । ବ୍ଲକବଷ୍ଟରରେ ଭଲ ଆୟ ମଧ୍ୟ କରିଥିଲା ଏହି ଫିଲ୍ମ। ତେବେ ସେହି ମାଇଥୋଲୋଜିକାଲ କାହାଣୀକୁ ଆହୁରି ଅଧିକ ଏକ୍ସପ୍ଲୋର କରିବାପାଇଁ ଆସିବାକୁ ଯାଉଛି କାନ୍ତାରା-୨ । ଏହାରିଭିତରେ ଫିଲ୍ମ ନିର୍ମାତା ଫିଲ୍ମର ରିଲିଜ ଡେଟ ଘୋଷଣା କରିଥିଲେ । ଆଉ ଡେଟ ଘୋଷଣା ହେବାର କିଛି ଘଣ୍ଟା ପରେ ଏବେ ଏହାର ଏକ ଦମଦାର ଟିଜର ରିଲିଜ ହୋଇଛି । ୨୦୨୫ ଅକ୍ଟୋବର ୨ରେ ରିଲିଜ ହେବ କାନ୍ତାରା-୨ ।

ରିଷଭ ସେଟ୍ଟିଙ୍କ ‘କାନ୍ତାରା ଦ ଲିଜେଣ୍ଡ: ପାର୍ଟ ୧’ର କାହାଣୀ କାନ୍ତାରାର ମୂଳ ଷ୍ଟୋରୀ ଉପରେ ଆଧାରିତ । ପ୍ରଥମ ଭାଗରେ ରିଷଭଙ୍କ ମୁଖ୍ୟ ଚରିତ୍ର ଶିବା ଜଙ୍ଗଲର ଦେବତା ପଞ୍ଜୁରଲି ଏବଂ ଗୁଲିଗାଙ୍କ କାହାଣୀ ଦେଖାଇବାର ମାଧ୍ୟମ ପାଲଟିଥିଲେ । ଏବେ ପାର୍ଟ ୧ରେ ସେ ଜଙ୍ଗଲର ଦେବତାମାନଙ୍କ କାହାଣୀକୁ ବଡ଼ ପରଦାକୁ ଆଣୁଛନ୍ତି । ୮୨ ସେକେଣ୍ଡର ଏହି ଟିଜରର ଆରମ୍ଭ ‘ସେ ସମୟ ଏବେ ଆସିଯାଇଛି’ ରୁ ହୋଇଛି । ଏହାପରେ ଅନ୍ଧାରେ କିଛି ଜଳିବାର ଦେଖିବାର ମିଳିଛି। ଏହାପରେ ବ୍ୟାକଗ୍ରାଉଣ୍ଡରେ ଝାପ୍ସା ଭାବେ ଶିବ(ରିଷଭ)ଙ୍କୁ ମଶାଲ ଧରି ଜଙ୍ଗଲରେ ଯାଉଥିବାର ଦେଖିବାକୁ ମିଳିଛି । ଏହାପରେ ଚାରିଆଡେ ନିଆଁ ଲାଗିଯାଉଛି । ଆଉ ତା ଭିତରେ ଏକ ଶବ୍ଦ ଶୁଣିବାକୁ ମିଳୁଛି । ଯେଉଁଥିରେ କୁହାଯାଇଛି ‘ପ୍ରକାଶ! ପ୍ରକାଶରେ ସବୁ କିଛି ଦେଖିବାକୁ ମିଳେ! କିନ୍ତୁ ଏହା ପ୍ରକାଶ ନୁହେଁ! ଏହା ଏକ ଦର୍ଶନ! ଏକ ଏପରି ଦୃଷ୍ଟି ଯାହା ଆମକୁ ଗତକାଲି କ’ଣ ଥିଲା, କ’ଣ ଅଛି ଏବଂ କ’ଣ ହେବ ଦେଖାଉଛି ! କଣ ତୁମେ ଦେଖି ପାରୁନାହଁ ?’ ସେହି ଅନ୍ଧାର ମଧ୍ୟରେ ଶିବଙ୍କ ଚେହେରା ମଧ୍ୟ ଦେଖିବାକୁ ମିଳିଛି । ତେବେ ରିଲିଜ ହୋଇଥିବା ଏହି ଟିଜରରୁ ଏହା ସ୍ପଷ୍ଟ ହୋଇଛି ଯେ ଏହାର କାହାଣୀ କଦମ୍ବ ରାଜବଂଶର ଶାସନକାଳ ସମୟର ।

ପୂର୍ଣ୍ଣିମାର ଚାନ୍ଦ ଏକ ଗୁମ୍ଫା ଉପରେ ପଡ଼େ। ସେଠି ହଠାତ ତ୍ରିଶୂଳ ହଲେଇ, ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିବା ବ୍ୟକ୍ତି ଦୃଶ୍ୟମାନ ହୁଅନ୍ତି। ଗଳାରେ ରୁଦ୍ରାକ୍ଷ, ଲମ୍ବା ଲମ୍ବା କେଶ ସହିତ ରିଷଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ଦର୍ଶକ। ଯାହାକୁ ଦେଖିଲେ ଲୋମ ଟାଙ୍କୁରୀ ଉଠିବ।

‘କାନ୍ତାରା’କାହାଣୀକୁ ରିଷଭ ସେଠୀ ଲେଖିଥିଲେ। ଏବଂ ନିର୍ଦ୍ଦେଶନା ବି ଦେଇଥିଲେ। ୨୦୨୨ରେ ଆସିଥିବା ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତାର ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା। ‘କାନ୍ତାରା ଦ ଲିଜେଣ୍ଡ: ପାର୍ଟ ୧’ର ରିଲିଜ ଡେଟ୍ ମଧ୍ୟ ଘୋଷଣା କରାଯାଇଛି। ୨ ଅକ୍ଟୋବର ୨୦୨୫ ମସିହା ଗାନ୍ଧୀ ଜୟନ୍ତୀ ଅବସରରେ ବଡ଼ ପରଦାରେ ରିଲିଜ ହେବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *