ଡିସେମ୍ବର ଦ୍ୱିତୀୟ ସପ୍ତାହରେ ହାତକୁ ଦି’ ହାତ ହେବେ କିର୍ତ୍ତୀ ସୁରେଶ

ମୁମ୍ବାଇ: ବିବାହ କରିବେ ଅଭିନେତ୍ରୀ କ୍ରିର୍ତ୍ତୀ ସୁରେଶ। ଦୀର୍ଘ ଦିନର ପ୍ରେମିକ ଅଣ୍ଟୋନି ଥାଟିଲଙ୍କୁ ବିବାହ କରିବେ କ୍ରିର୍ତ୍ତୀ। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ପରସ୍ପର ହାତ ଧରିବା ନେଇ ଚର୍ଚ୍ଚା ହେଉଛି। ୧୫ ବର୍ଷ ହେବ କ୍ରିର୍ତ୍ତୀ ଅଣ୍ଟୋନିଙ୍କ ସହ ରିଲେସନସିପରେ ଥିଲେ। ଶେଷରେ ଡିସେମ୍ବରରେ ଉଭୟ ସାତ ଜନ୍ମର ସାଥୀ ହେବେ।

ରିପୋର୍ଟ ଅନୁଯାୟୀ, ଆଣ୍ଟୋନି ଥାଟିଲ ଏବଂ କିର୍ତ୍ତୀ ସୁରେଶ ପିଲାଦିନର ବନ୍ଧୁ। ଉଭୟ ଗୋଟିଏ ବିଦ୍ୟାଳୟରେ ପଢୁଥିଲେ। ଆଣ୍ଟୋନି ଜଣେ ଦୁବାଇର ବ୍ୟବସାୟୀ। ଓ ବିବାହ ନେଇ କୌଣସି ପ୍ରତିକ୍ରିୟା ଗଣମାଧ୍ୟମରେ ରଖି ନାହାଁନ୍ତି କ୍ରିର୍ତ୍ତୀ। ଗୋଆରେ ସେମାନଙ୍କ ବାହାଘର ହେବା ନେଇ ଚର୍ଚ୍ଚା ହେଉଛି।

କିର୍ତ୍ତୀ ସୁରେଶ ପ୍ରଯୋଜକ ଜି ସୁରେଶ କୁମାର ଏବଂ ଅଭିନେତ୍ରୀ ମିନାକା ସୁରେଶଙ୍କ ଝିଅ। ୨୦୦୦ରେ ଶିଶୁ କଳାକାର ଜରିଆରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ କିର୍ତ୍ତୀ ସୁରେଶ। ଏହାପରେ ମାଲୟାଲମ ସିନେମା ଗୀତାଞ୍ଜଳିରେ ମୁଖ୍ୟ ଭୂମିକାରେ ଅଭିନୟ କରି ଯାତ୍ରା ଆରମ୍ଭ କରିଥିଲେ।

‘ମହାନତୀ’ରେ ଉଚ୍ଚକୋଟୀର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିଲେ। ‘ମହାନତୀ’ କିମ୍ବଦନ୍ତୀ ଅଭିନେତ୍ରୀ ସାବିତ୍ରୀଙ୍କ ଆତ୍ମଜୀବନୀ ଉପରେ ଆଧାରିତ ସିନେମା। ମହାନତୀ ବ୍ୟତୀତ ସେ ‘ରିଙ୍ଗ୍ ମାଷ୍ଟର’, ‘ମିସ୍ ଇଣ୍ଡିଆ’, ‘ଦଶରା’ ଆଦି ସିନେମା ପାଇଁ ବେଶ୍ ଜଣାଶୁଣା। ବରୁଣ ଧାୱନଙ୍କ ବେବି ଜନ୍ ଜରିଆରେ ମଧ୍ୟ ବଲିଉଡ୍ ଡେବ୍ୟୁ କରିଥିଲେ କିର୍ତ୍ତୀ ସୁରେଶ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *