ଐତିହାସିକ କଟକ ବାଲିଯାତ୍ରା ଦିନେ ବଢ଼ିଲା

କଟକ: ୮ ଦିନ ନୁହେଁ ଏଥର ଐତିହାସିକ କଟକ ବାଲିଯାତ୍ରାର ମଜା ୯ ଦିନ। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ଆଉ ଦିନେ ବଢ଼ିଲା କଟକ ବାଲିଯାତ୍ରାର ଅବଧି। ୨୨ତାରିଖ ପରିବର୍ତ୍ତେ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସାଧାରଣ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ଐତିହାସିକ କଟକ ବାଲିଯାତ୍ରାର ଅବଧିକୁ ଦିନେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ଚଳିତ ନଭେମ୍ବର ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ବାଲିଯାତ୍ରା ଅଷ୍ଟମ ପରିବର୍ତ୍ତେ ନବମ ଦିବସରେ ଉଦଯାପନ ହେବ।

ସୋନୁ ନିଗମଙ୍କ ସଙ୍ଗୀତ ପରିବେଷଣ ସନ୍ଧ୍ୟା କାର୍ଯକ୍ରମ ସମାପ୍ତ ପରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାଉ ସାହେବ ଶିନ୍ଦେ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବାଲିଯାତ୍ରାକୁ ଉଦଘାଟନ କରିଥିଲେ । ଚଳିତବର୍ଷ କଟକ ବାଲିଯାତ୍ରାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନଙ୍କୁ ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ଏହି ଐତିହାସିକ ବାଲିଯାତ୍ରାକୁ ‘ୟୁନେସ୍କୋ’ ମାନ୍ୟତା ଦେବା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *