ମୁମ୍ବାଇ: ଭାରତୀୟ ଖେଳାଳୀ ବିରାଟ କୋହଲୀ ସୋସିଆଲ ମିଡିଆରେ ବେଶ ସକ୍ରିୟ ଅଛନ୍ତି । ସେ ପ୍ରତିଦିନ କିଛି ନା କିଛି ସେୟାର କରିଥାନ୍ତି । ବିରାଟ ବୁଧବାର ଦିନ ସକାଳେ ଏକ ପୋଷ୍ଟ ସେୟାର କରିଥିଲେ । ଯାହାକୁ ଫ୍ୟାନ୍ସ ବୁଝି ନପାରି ପୋଷ୍ଟର ଅଲଗା ଅର୍ଥ କାଢ଼ିଥିଲେ । ପୋଷ୍ଟକୁ ନପଢ଼ି ଭୁଲ ବୁଝାମଣାରେ ଫ୍ୟାନ୍ସ ଭାବି ନେଇଥିଲେ ବିରାଟ ଏହି ପୋଷ୍ଟରେ ଛାଡ଼ପତ୍ରର ନେଇ ଲେଖିଥିଲେ । ଏଆର ରହମାନଙ୍କ ଛାଡପତ୍ର ଖବର ଫ୍ୟାନ୍ସ ଙ୍କ ମନ ଭାଙ୍ଗିଯାଇଥିବା ବେଳେ ବିରାଟଙ୍କ ଏହି ପୋଷ୍ଟ ଦେଖି ଚମକି ଯାଇଥିଲେ । ବିରାଟ ଯେଉଁ ଫର୍ମାଟରେ ପୋଷ୍ଟ କରିଥିଲେ ଆଜି କାଲି ପ୍ରତ୍ୟେକ ସେଲିବ୍ରେଟି ଛାଡପତ୍ର ନେଇ ଘୋଷଣା କରିଛନ୍ତି । ପୋଷ୍ଟ ନପଢ଼ି ଫ୍ୟାନ୍ସ ଭାବି ନେଇଥିଲେ କି ବିରାଟ ଅନୁଷ୍କାଙ୍କୁ ଛାଡପତ୍ର ଦେଇଥିବା କଥା ପୋଷ୍ଟରେ ଲେଖିଛନ୍ତି ।
ବିରାଟ ପୋଷ୍ଟ ସେୟାର କରିବା ମାତ୍ରେ ଫ୍ୟାନ୍ସ ଲେଖିଥିଲେ ଏଭଳି କରନ୍ତୁ ନାହିଁ ସାର, କିଛି ସମୟ ପାଇଁ ହୃଦୟ ସ୍ପନ୍ଦନ କରିବା ବନ୍ଦ କରିଦେଇଥିଲା । ଆଉ ଜଣେ ୟୁଜର ଲେଖିଥିଲେ ସାର ଅନ୍ୟ କୌଣସି ଫର୍ମାଟ ବ୍ୟବହାର କରନ୍ତୁ । ଏଭଳି ପୋଷ୍ଟ ଦେଖି ହାର୍ଟ ଆଟାକ୍ ହୋଇଯିବ । ଆଉ ଜଣେ ଫ୍ୟାନ୍ସ ଲେଖିଛନ୍ତି ତାଙ୍କୁ ଲାଗିଲା ଏଆର ରହମାନଙ୍କ ଖବର ପରି କିଛି । ସେହିପରି ଆଉ ଏକ ୟୁଜର୍ସ ଲେଖିଛନ୍ତି ଭାଇ ଧଳା ବ୍ୟାକଗ୍ରାଉଣ୍ଡରେ ଏଭଳି ପୋଷ୍ଟ କରନ୍ତୁ ନାହିଁ ଅବସରକାଳୀନ ପୋଷ୍ଟ ଲାଗୁଛି ।
ବିରାଟ ତାଙ୍କ ପୋଷ୍ଟରେ ତାଙ୍କ ବ୍ରାଣ୍ଡକୁ ୧୦ ବର୍ଷ ପୁରଣ ହୋଇଥିବା ଅଭିନନ୍ଦ ଜଣାଇଛନ୍ତି । ବିରାଟ ଲେଖିଛନ୍ତି ପଛକୁ ଚାହିଁ କି ଦେଖେ ତ ସବୁବେଳେ ଆମେ ଅଲଗା ରହୁ । ସେମାନେ ଆମକୁ ରଖିବାକୁ ଚେଷ୍ଟା କରୁଥିବା କୌଣସି ବାକ୍ସରେ ଆମେ କେବେବି ଫିଟ୍ ହୋଇନଥାଉ । ଦୁଇଜଣ ଅସନ୍ତୁଷ୍ଟ ବ୍ୟକ୍ତି ଯେଉଁମାନେ ପରସ୍ପର ସହିତ ସଂଯୁକ୍ତ ହୋଇଥଲେ । ଆମେ ବର୍ଷ ବର୍ଷ ଧରି ବଦଳିଛୁ, କିନ୍ତୁ ସବୁବେଳେ ନିଜ ପଦ୍ଧତିରେ କାର୍ଯ୍ୟ କରିଛୁ ।କିଛି ଲୋକ ଆମକୁ ପାଗଳ ବୋଲି କହିଥିଲେ; ଅନ୍ୟମାନେ ଏହା ବୁଝିପାରିଲେ ନାହିଁ ।
ବିରାଟ ଆହୁରି ଲେଖିଛନ୍ତି- କିନ୍ତୁ ସତ କହିବାକୁ ଗଲେ? ଆମେ ଧ୍ୟାନ ଦେଇନାହୁଁ । ଆମେ କିଏ ବୋଲି ଜାଣିବାରେ ବ୍ୟସ୍ତ ଥିଲୁ । ଦଶ ବର୍ଷର ଉତ୍ଥାନ-ପତନ, ଏବଂ ମହାମାରୀ ମଧ୍ୟ ଆମକୁ ହଲାଇ ପାରିଲା ନାହିଁ। ଯଦି କିଛି, ଏହା ଆମକୁ ମନେ ପକାଇଲା – ଭିନ୍ନ ହେବା ଆମର ଶକ୍ତି ।ତେଣୁ ଏଠାରେ ଆମର ଦଶ ବର୍ଷ ହେଉଛି.।