ଯୁଦ୍ଧକୁ ପୂରିଲା ୧୦୦୦ ଦିନ: ଉଭୟ ଦେଶରେ ବ୍ୟାପକ କ୍ଷତି

ମସ୍କୋ: ୟୁକ୍ରେନ ଓ ରୁଷିଆ ଯୁଦ୍ଧକୁ ଇତିମଧ୍ୟରେ ୧୦୦୦ ଦିନ ବିତିଛି । ଏ ଭିତରେ ଉଭୟ ଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏମିତି କି ଯୁଦ୍ଧ ପ୍ରଭାବରେ ସାରା ବିଶ୍ୱ ପ୍ରଭାବିତ ହୋଇଛି । ଯୁଦ୍ଧର ଏତେ ଦିନ ବିତିଯାଇତିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହେବା ନେଇ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ଯୁଦ୍ଧ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି । ଏବେ ପରମାଣୁ ଆକ୍ରମଣ ଆଶଙ୍କା ବଢ଼ିଯାଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ଲଙ୍ଗ ରେଞ୍ଜ ମିଶାଇଲ ଷ୍ଟ୍ରାଇକର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଆମେରିକା ନିର୍ମିତ ଏଟିଏସିଏମଏସ ମିଶାଇଲ ବ୍ୟବହାର କରିବା ନେଇ ବାଇଡେନ୍ କର୍ତ୍ତୃପକ୍ଷ ନିଜ ପଲିସିରେ ପରିର୍ତ୍ତନ କରିଛନ୍ତି । ବାଇଡେନଙ୍କ ହାତରେ ୨ ମାସ ଶାସନ କ୍ଷମତା ଥିବାବେଳେ ସେ ଦେଶର ସମାରିକ ବଳକୁ ୟୁକ୍ରେନ୍ ସପକ୍ଷରେ ବ୍ୟବହାର କରିବାର କୌଣସି ମଉକା ଛାଡୁ ନ ଥିବା ଦେଖିବାକୁ ମିଳିଛି ।ବାଇଡେନଙ୍କ ନିଷ୍ପତ୍ତିର ଜବାବରେ କ୍ରେମଲିନ୍ କହିଛି, ଏ ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଜାରି ରହିବ । ୟୁକ୍ରେନକୁ ପାଶ୍ଚାତ୍ୟ ଦେଶର ସହଯୋଗର ପ୍ରଭାବ ରୁଷ ଉପରେ ପଡ଼ିବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି କ୍ରେମଲିନ ସ୍ପୋକ୍ସମ୍ୟାନ୍ ଡିମିଟ୍ରି ପେସକୋଭ । ଆବଶ୍ୟକ ପଡ଼ିଲେ ରୁଷିଆ ନ୍ୟୁକ୍ଲିଆର ଆଟାକ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ବାଇଡେନଙ୍କ ଘୋଷଣା ପୂର୍ବରୁ ୟୁକ୍ରେନ ରୁୁଷିଆ ଉପରେ ଏଟିଏସିଏମଏସ୍ ମିଶାଇଲ ମାଡ଼ କରିସାରିଛି । କିନ୍ତୁ ସେ ସମୟରେ ଏହାର ଟାର୍ଗେଟ ଥିଲା ରୁଷିଆ ସୀମାବର୍ତ୍ତି ଅଞ୍ଚଳ । ତେବେ ରୁଷିଆ ନ୍ୟୁକ୍ଲିୟର ଆଟାକର ଧମକ ପରେ ୟୁରୋପୀୟ ଦେଶଗୁଡ଼ିକ ଡରିଯାଇଛନ୍ତି । ଯେଉଁଥି ପାଇଁ ସେମାନେ ଖାଦ୍ୟ, ଜଳ ଭଳି ଆବଶ୍ୟକୀୟ ସାମଗ୍ରୀ ସଞ୍ଚୟ କରି ରଖିବା ଆରମ୍ଭ କଲେଣି । ଊନବିଂଶ ଶତାବ୍ଦୀର ସବୁଠୁ ବଡ଼ ଯୁଦ୍ଧ ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଦୁଇ ଦେଶର ବହୁ ସହର, ନଗର ଏବଂ ଗ୍ରାମାଞ୍ଚଳ ମାଟିରେ ମିଶିସାରିଲାଣି । ଏହାଛଡ଼ା ବହୁ ଧନଜୀବନ ମଧ୍ୟ ନଷ୍ଟ ହୋଇଛି । ଅନେକ ଏହାକୁ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି ମଧ୍ୟ କରୁଛନ୍ତି । ରୁଷିଆ -ୟୁକ୍ରେନ ଯୁଦ୍ଧ କେଉଁ ମୋଡ଼ ନେବ ତାହା ଭବିଷ୍ୟତରେ ଜଣାପଡ଼ିବ । କିନ୍ତୁ ବର୍ତ୍ତମାନର ସ୍ଥିତି ଓ ଯୁଦ୍ଧକୁ ନେଇ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ପ୍ରତିକ୍ରିୟାକୁ ଦେଖିଲେ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଅସମ୍ଭବ ପ୍ରାୟ ଲାଗୁଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *