ରଶ୍ମିକାଙ୍କ ସହ ରିଲେସନସିପକୁ ନେଇ କ’ଣ କହିଲେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାଁ ରଶ୍ମିକା ମନ୍ଦନା ସହ ଅନେକ ଦିନରୁ ଯୋଡ଼ା ଯାଉଛି। ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଏମାନଙ୍କ ଯୋଡ଼ିକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି। ରଶ୍ମିକାଙ୍କ ସହ ରିଲେସନସିପକୁ ନେଇ କିଛି ଏପରି କହିଛନ୍ତି ବିଜୟ। ଯାହା ଦୁହିଁଙ୍କ ସମ୍ପର୍କକୁ ଗ୍ରୀନ ସିଗନାଲ ଦେଇଛି। ବିଜୟ କହିଛନ୍ତି ସେ କାହାକୁ ଡେଟ୍ କରୁଛନ୍ତି। ଏହା ସହ କହିଛନ୍ତି ତାଙ୍କୁ ଏବେ ୩୫ ବର୍ଷ, ଏହି ବୟସରଙ୍କ କିଏ ସିଙ୍ଗଲ ରୁହେ। ସେ ରିଲେସନସିପରେ ଥିବା ସ୍ୱିକାର କରିଛନ୍ତି।

ଗଣମାଧ୍ୟମରେ ଏକ ସାକ୍ଷାତକାରରେ ବିଜୟ ଦେବରକୋଣ୍ଡା କହିଛନ୍ତି ରିଲେସନସିପରେ ଥିବା କଥା କହିଛନ୍ତି। ଏହା ସହ କହିଛନ୍ତି ତାଙ୍କୁ ଜଣା ଅଛି ଭଲ ପାଇବା ହେଲେ କିପରି ଲାଗେ। ଏବଂ ସେ ଜାଣିଛନ୍ତି ଭଲପାଇବାରେ ପଡ଼ିଲେ କ’ଣ କରିବାକୁ ପଡ଼େ। ମୁଁ ସର୍ତ୍ତମୂଳକ ପ୍ରେମ ଜାଣେ ନାହିଁ କାରଣ ମୋର ପ୍ରେମ ଆଶା ସହିତ ଆସେ, ତେଣୁ ସ୍ପଷ୍ଟ ଭାବରେ ମୋ ପ୍ରେମ ସର୍ତ୍ତମୂଳକ ନୁହେଁ ।

ଡିଅର କମରେଡ ଅଭିନେତା ଆହୁରି କହିଛନ୍ତି- ‘ମୁଁ ଭାବୁଛି ସବୁକିଛି ଅତ୍ୟଧିକ ରୋମାଣ୍ଟିକ୍ ହୋଇଯାଇଛି । ସର୍ତ୍ତମୂଳକ ପ୍ରେମ ଆଶା କରିବା ଠିକ୍ କି ନୁହେଁ ମୁଁ ଜାଣେ ନାହିଁ । ବିଜୟ ପ୍ରକାଶ କରିଛନ୍ତି ଯେ ସେ ତାଙ୍କର ଜଣେ ସହ-ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି । ସେ କହିଥିଲେ- ମୁଁ ଡେଟରେ ବାହାରକୁ ଯାଏ ନାହିଁ । ଦୀର୍ଘ ସମୟ ଧରି କାହାକୁ ଜାଣିବା ଏବଂ ବନ୍ଧୁତା ସୃଷ୍ଟି କରିବା ପରେ ମୁଁ ବାହାରକୁ ଯାଏ । ମୋର ବୟସ ୩୫ ବର୍ଷ, ତୁମେ ଭାବୁଛ ମୁଁ ସିଙ୍ଗଲ ରହିଥିବି?

ବିବାହ ବିଷୟରେ ଅଭିନେତା କହିଛନ୍ତି ଯେ, ମହିଳାମାନଙ୍କ ପାଇଁ ବିବାହ ଏକ ଚ୍ୟାଲେଞ୍ଜ ଅଟେ । ବିବାହ କାହାର କ୍ୟାରିୟର ପଥରେ ଆସିବା ଉଚିତ୍ ନୁହେଁ । ମହିଳାମାନଙ୍କ ପାଇଁ ବିବାହ କଷ୍ଟକର । ଆପଣ କେଉଁ ବୃତ୍ତିରେ ଅଛନ୍ତି ତାହା ଉପରେ ମଧ୍ୟ ଏହା ନିର୍ଭର କରେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *