ଫଟୋ ସାମ୍ନାକୁ ଆଣି ଆପ୍ ମୁଖ୍ୟଙ୍କ ଉପରେ ବର୍ଷିଲେ ଭାଜପା ନେତା

ନୂଆଦିଲ୍ଲୀ: ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଲାଗିଛି ସୁନା ଟଏଲେଟ । ଏପରି ଅଭିଯୋଗ କରିଛି ବିଜେପି। ଏହାର ଫଟୋ ସହ ଆକ୍ରମଣାତ୍ମକ ଢଙ୍ଗକୁ ଫେରିଛି ଭାରତୀୟ ଜନତା ପାର୍ଟି। ବୁଧବାର ବିଜେପି ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ସାମ୍ବାଦିକ ସମ୍ମିଳନୀ କରିବା ସହ କିଛି ଫଟୋ ସାମ୍ନାକୁ ଆଣିଛନ୍ତି । ଯେଉଁଥିରେ ସେ ସୁନା ଚାଦର ଥିବା ଗୋଟିଏ ‘ଟଏଲେଟ୍ ସିଟ୍ ଏବଂ ୱାଶ୍ ବେସିନ’କୁ ଦେଖାଇଚନ୍ତି । କେଜ୍ରିୱାଲଙ୍କ ଘରେ ଏହା ଲଗାଯାଇଥିବା ଅଭିଯୋଗ କରିଛନ୍ତି । ଏଥିସହ କେଜ୍ରିୱାଲଙ୍କ ପାଖକୁ କେମିତି ଏତେ ଟଙ୍କା ଆସିଲା ବୋଲି ପ୍ରଶ୍ନ କରିଛନ୍ତି ବୀରେନ୍ଦ୍ର ସଚଦେବା ।

ବୀରେନ୍ଦ୍ର ସଚଦେବା ଆପ୍ ଉପରେ ଗମ୍ଭୀର ଆରୋପ ଲଗାଇବା ସହ ଆହୁରି କହିଛନ୍ତି ଯେ, ଏ ଟଙ୍କା ହଲାଲର ନୁହେଁ, ବରଂ ଦଲାଲର ଅଟେ । ଦିଲ୍ଲୀ ଲୋକଙ୍କ ବିରୋଧରେ ଗଦ୍ଦାରୀ କରି କମାଯାଇଥିବା ଟଙ୍କା । ତେବେ ଏହି ଗଦ୍ଦାରୀ ଟଙ୍କାକୁ ନିଜ ସୁଖ ସୁବିଧା ପାଇଁ କେଜ୍ରିୱାଲ୍ ଖର୍ଚ୍ଚ କରିଛନ୍ତି । ଯାହାର ହିସାବ ମାଗୁଛନ୍ତି ଦିଲ୍ଲୀବାସୀ । ଏହାସହ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଏ ଟଙ୍କାର ହିସାବ ମାଗିବେ ବୋଲି କହିଛନ୍ତି ବୀରେନ୍ଦ୍ର ସଚଦେବା ।

ଖାଲି ସେତିକି ନୁହେଁ, ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ବିଜେନ୍ଦ୍ର ଗୁପ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ ଆବାସରେ ଖର୍ଚ୍ଚକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । କେଜ୍ରିୱାଲଙ୍କ ଶୀଶ ମହଲରେ ଏତେ ସାରା ସୁବିଧା କେଉଁଠୁ ଆସିଲା? ସୁନାର ପ୍ରଲେପ ଦିଆଯାଇଥିବା ବେସିନ୍ ଓ ଟଏଲେଟ୍ ସିଟ୍ କୁଆଡୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ କେଜ୍ରିୱାଲ ସଚ୍ଚୋଟ ହେବାର ମିଛ ଅଭିନୟ କରୁଛନ୍ତି । ହେଲେ ସତରେ କିନ୍ତୁ ସେ ଭ୍ରଷ୍ଟାଚାରୀ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *