ମୁମ୍ବାଇ: ଝିଅ ଆରାଧ୍ୟାର ଜନ୍ମଦିନକୁ ଆସିଲେନି ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ । ଏମିତି କି ଝିଅର ଜନ୍ମଦିନ ପାଳନ କରିବା ତ ଦୂରର କଥା ଶୁଭେଚ୍ଛା ବି ଦେଲେନି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ଅଭିଷେକ ନଜର ଆସୁ ନାହାନ୍ତି । ଏନେଇ ତାଙ୍କର ଫ୍ୟାନ୍ସ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
କିଛି ଦିନ ହେବ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକଙ୍କ ବିବାହରେ ଫାଟ ସୃଷ୍ଟି ନେଇ ଚର୍ଚ୍ଚା ହେଉଛି । ଐଶ୍ୱର୍ଯ୍ୟା ଓ ଅଭିଷେକ ସାଥୀରେ ନଜର ଆସୁ ବି ନାହାନ୍ତି । ଅଭିଷେକ ଝିଅ ଆରାଧ୍ୟାକୁ ଜନ୍ମଦିନରେ ଶୁଭେଚ୍ଛା ନ ଜଣାଇବା ଓ ପାର୍ଟିରେ ସାମିଲ ନ ହେବା ନେଇ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛନ୍ତି। ଆରାଧ୍ୟାଙ୍କ ଜନ୍ମଦିନରେ କେବଳ ଐଶ୍ୱର୍ଯ୍ୟା ତାଙ୍କ ସହ ଜନ୍ମଦିନ ପାଳନ କରିଥିବା ଜଣାଯାଇଛି । କାରଣ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିବା ଜନ୍ମଦିନ ଫଟୋରେ ଅଭିଷେକ ନଜର ଆସି ନାହାନ୍ତି । ଆରାଧ୍ୟା ଓ ଐଶ୍ୱର୍ଯ୍ୟାଙ୍କ ଦିବଂଗତ ବାପାଙ୍କ ଜନ୍ମଦିନ ଗୋଟାଏ ଦିନରେ ପଢ଼ୁଥିବାରୁ ସେ ଦୁହିଁଙ୍କୁ ଏକା ସାଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି।
ଦେଶର ସବୁଠାରୁ ପ୍ରତିଭାଶାଳୀ, ଗ୍ଲାମରସ୍ ଏବଂ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ଅନ୍ୟତମ। ଐଶ୍ୱର୍ଯ୍ୟା ୧୯୯୪ରେ ମିସ୍ ୱାର୍ଲ୍ଡ ଜିତିଥିଲେ । ୧୯୯୭ରେ ମଣି ରତ୍ନମଙ୍କ ତାମିଲ ଚଳଚ୍ଚିତ୍ର ଇରୁବର୍ର ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଫିଲ୍ମ ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ବଲିଉଡ଼ରେ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେବା ପରେ ସେ ୨୦୦୭ରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ।