ଅମିତାଭଙ୍କ ପୋଷ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ଅଭିଷେକ, ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଫାଟକୁ ନେଇ ବିଟାଉନରେ ଚର୍ଚ୍ଚା। ଖବର ଏମିତି ରହିଛି କି ଦୁହେଁ ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ଏହା ସହ ଐଶ୍ୱର୍ଯ୍ୟା ବଚ୍ଚନ ହାଉସରେ ରହୁନଥିବା ମଧ୍ୟ ଚର୍ଚ୍ଚା ହେଉଛି। ନିକଟରେ ଆରାଧ୍ୟା ବଚ୍ଚନଙ୍କ ଜନ୍ମ ଦିନ ପାର୍ଟିରେ ବଚ୍ଚନ ପରିବାର କେହି ଦେଖା ନଥିଲେ। ଯାହା ଚର୍ଚ୍ଚା କୁ ଖୁରାକ୍ ଯୋଗାଇଥିଲା। ଏହାରି ଭିତରେ ବିଗ୍ ବି ମୁହଁ ଖୋଲିଛନ୍ତି। ନିଜ ବ୍ଲଗରେ ଏହାକୁ ନେଇ ସେ ମୁହଁ ଖୋଲିଛନ୍ତି।

ଇ-ଟାଇମ୍ସ ରିପୋର୍ଟ ଅନୁସାରେ ଅମିତାଭ ବଚ୍ଚନ ତାଙ୍କ ନିଜ ବ୍ଲଗରେ ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଫାଟକୁ ନେଇ ଉଠିଥିବା ଗୁଜବ ଉପରେ ଏକ ପ୍ରତିକ୍ରିୟା ରଖିଛନ୍ତି। ଏଠାରେ ବିଗ୍ ବି ଲେଖିଛନ୍ତି ଅଲଗା ହେବା ଏବଂ ଜୀବନରେ ଏହା ପରେ ଭରସା କରିବା ପାଇଁ ଦୃଢ଼ ବିଶ୍ୱାସ, ବହୁତ ସାହସ, କର୍ତ୍ତବ୍ୟଶୀଳ ହେବା ଦରକାର। ଅମିତାଭଙ୍କ ଏଭଳି ପୋଷ୍ଟ ଚର୍ଚ୍ଚାକୁ ଦୁଇଗୁଣ କରିଦେଇଛି। ଯାହା ଉପରେ ଫ୍ୟାନ୍ସ ମଧ୍ୟ ଭିନ୍ନ ଭିନ୍ନ ମତ ଦେଉଥିବା ଦେଖିବାକୁ ମିଳୁଛି।

ଏହା ସହ ବିଗ ବି ବ୍ଲଗରେ ଆହୁରି ଲେଖିଛନ୍ତି ସେ ପରିବାର ଉପରେ କମ୍ କଥା କୁହନ୍ତି। କାହିଁକି ନାଁ ସେ ଏ ଦିଗରେ ଗୋପନୀତୟତା ରଖିବାକୁ ଭଲ ପାଆନ୍ତି। ଏସବୁ ଗୁଜବ। ମିଛ ଗୁଜବ। ଯାହାର କିଛି ସତ୍ୟାସତ ନାହିଁ। ଏହା ସହ ସେ ଆହୁରି ଲେଖିଛନ୍ତି କେଉଁଠାରେ କ’ଣ ଲେଖାଯାଉଛି କାହାକୁ ରିପୋର୍ଟ କରାଯାଉଛି। ତାହା ପ୍ରଥମେ ଜାଣିବା ଦରକାର। ଲୋକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି। କାହିଁକି ନାଁ ତାଙ୍କ ବେପାର ଏବଂ ଟଙ୍କାରେ ଭରସା କରିବା ପାଇଁ। ଆଉ ଏସବୁରେ କୌଣସିି ପ୍ରଶ୍ନ ଉଠାଇବାର ତାଙ୍କର ନାହିଁ ବୋଲି ଲେଖିଛନ୍ତି। ସେମାନଙ୍କର ସମାଜ ପ୍ରତି ଥିବା ଯୋଗଦାନକୁ ତାଙ୍କୁ ପ୍ରଶଂସା କରିବାର ଅଛି ବୋଲି ବିଗ ବି ଲେଖିଛନ୍ତି।

ଅମିିତାଭ ବଚ୍ଚନ ନିଜ ବ୍ଲଗରେ ତାଙ୍କ ତାଙ୍କ ଅସନ୍ତୋଷ ବ୍ୟକ୍ତ କରି ଲେଖିଛନ୍ତି ଆପଣମାନେ ଏହା ଲେଖୁଛନ୍ତି ଯାହା ଆପଣଙ୍କୁ ଭଲ ଲାଗେ। ଯେଉଁଥିରେ ପ୍ରଶ୍ନ ଚିହ୍ନ ଦେଇ ଏହା ବି କୁହାଯାଉଛି ରିପୋର୍ଟ ପ୍ରଶ୍ନ ଘେରରେ ଅଛି। ଏହା ବି ଚାହୁଁଛନ୍ତି ପାଠକ ଏହା ଉପରେ ଭରସା କରନ୍ତୁ। ଯାହା ପାଇଁ ଆପଣଙ୍କୁ ଲାଭ ହୁଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *