ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଅଭିନୀତ ଫିଲ୍ମ ସ୍ତ୍ରୀ -୨ ବକ୍ସ ଅଫିସରେ ଦମାଦାର ବ୍ୟବସାୟ କରିଥିଲା। ବହୁତ ଦିନ ଧରି ସିନେମା ଘରେ ସ୍ତ୍ରୀ-୨ର କ୍ରେଜ ଦେଖିବାକୁ ମିଳିଥିଲା। କିଛି ଦିନ ତଳେ ଶ୍ରଦ୍ଧା କପୁର ପୁଷ୍ପା-୨ରେ ଆଇଟମ୍ ଗୀତ କରିବାକୁ ନେଇ ଚର୍ଚ୍ଚାରେ ଥିଲେ। ପୁଷ୍ପା-୨ ପାଇଁ ଶ୍ରଦ୍ଧା କପୁର ଆଇଟମ୍ ଡ୍ୟାନ୍ସ କରିଥାନ୍ତେ ହେଲେ ମେକର୍ସ ମନା କରିଦେଲେ। କାହିଁକି ନାଁ ଆଇଟମ୍ ପାଇଁ ଶ୍ରଦ୍ଧା ଅଧିକ ଫିସ୍ ମାଗିଥିଲେ। ଏବେ ପୁଷ୍ପା-୨ ପରେ ଏବେ ବକ୍ଲବଷ୍ଟର ଫିଲ୍ମରେ ଆଇଟମ୍ ଗୀତ କରିବାକୁ ଯାଉଛନ୍ତି ଶ୍ରଦ୍ଧା। ରିପୋର୍ଟସ ଅନୁଯାୟୀ ହ୍ରିତିକଙ୍କ ଫିଲ୍ମ ୱାର-୨ରେ ଶ୍ରଦ୍ଧା ଲଗାଇବେ ଠୁମକା। ହେଲେ ଏହାକୁ ନେଇ କୌଣସି ଅଫିସିଆଲି ଆନାଉସମେଣ୍ଟ ହୋଇନାହିଁ।
ପୁଷ୍ପା-୨ରେ ଆଇଟମ୍ ଗୀତ ପାଇଁ ଶ୍ରଦ୍ଧା ୫ କୋଟିର ଫିସ୍ ଡିମାଣ୍ଡ କରିଥିଲେ। ଯାହାକୁ ମେକର୍ସ ମନା କରିଦେଇଥିଲେ। ଏହି ପ୍ରୋଜେକ୍ଟ ହାତରୁ ଯିବା ପରେ ୱାର-୨ରେ ଶ୍ରଦ୍ଧାଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି।
ୱାର-୨ରେ ହ୍ରିତିକଙ୍କ ସହ ଜୁନିଅର ଏନଟିଆର ଲିଡ ରୋଲରେ ଆସିବେ। ଭାରି ବଜେଟରେ ଫିଲ୍ମ ନିର୍ମାଣ ହୋଇଛି। ୱାର-୨କୁ ଆୟନ ମୁଖାର୍ଜି ନିର୍ଦ୍ଦେଶନା ଦେଇଛନ୍ତି। ୧୪ ଅଗଷ୍ଟ ୨୦୨୫ରେ ସିନେମା ଘରେ ରିଲିଜ ହେବ ଏହି ଫିଲ୍ମ। ଫିଲ୍ମରେ କିୟାରା ଆଡ଼ଭାନୀ ହ୍ରିତିକଙ୍କ ଅପୋଜିଟ୍ରେ ନଜର ଆସିବେ। ଯାହାକୁ ଅଫିସିଆଲି ମେକର୍ସ ପ୍ରକାଶ କରିନାହାଁନ୍ତି।
ଶ୍ରଦ୍ଧା କପୁରଙ୍କ ଫିଲ୍ମ କଥା କହିବାକୁ ଗଲେ ରଣବୀର କପୁରଙ୍କ ଧୁମ-୪ରେ ନଜର ଆସିବେ ଶ୍ରଦ୍ଧା। ସ୍ତ୍ରୀ-୨ ପୂର୍ବରୁ ‘ ତୁ ଝୁଟି ମେ ମକାର’ରେ ନଜର ଆସିଥିଲେ ଶ୍ରଦ୍ଧା। ରିପୋଟର୍ସଙ୍କ କହିବା ଅନୁସାରେ ନାଗୀନରେ ମଧ୍ୟ ଶ୍ରଦ୍ଧାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମକୁ ନିଖିଲ ଦ୍ୱିବେଦୀ ନିର୍ଦ୍ଦେଶନା ଦେଇଛନ୍ତି।