ନଭେମ୍ବର ୨୭ରେ ଧନୁଷ-ଐଶ୍ୱର୍ଯ୍ୟାଙ୍କ ବିଚ୍ଛେଦ ଶୁଣାଣି

ହାଇଦ୍ରାବାଦ: ଅଲଗା ହେବେ ରଜନୀକାନ୍ତଙ୍କ ଝିଅ-ଜ୍ୱାଇଁ। ଦୁହେଁ ଚେନ୍ନାଇର ପରିବାର ଅଦାଲତରେ ହାଜର ହୋଇଥିଲେ। ନଭେମ୍ବର ୨୭ରେ ହେବ ଶୁଣାଣି। ବ୍ୟକ୍ତିଗତ ଜୀବନକୁ ନେଇ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଜ୍ୱାଇ ଧନୁଷ ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ଦୁହେଁ ଚେନ୍ନାଇର ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ଛାଡପତ୍ର ମାମଲାର ଶୁଣାଣି କରୁଥିବା ବିଚାରପତି ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭ରେ ଧାର୍ଯ୍ୟ କରିଛନ୍ତି। ଚୂଡାନ୍ତ ନିଷ୍ପତ୍ତି ମଧ୍ୟ ଏହି ତାରିଖରେ ଦିଆଯିବାର ସମ୍ଭାବନା ରହିଛି। ତେବେ ଐଶ୍ୱର୍ଯ୍ୟା ଏବଂ ଧନୁଷ କୋର୍ଟରେ ହାଜର ହେବା ସମୟରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ। ୨୦୨୨ ମସିହାରେ ସୋସିଆଲ ମିଡିଆରେ ଅଲଗା ହେବା ନେଇ ଘୋଷଣା କରିବା ପରେ ଏହି ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ।

୨୦୦୪ ମସିହାରେ ଚେନ୍ନାଇରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ଧୁମଧାମରେ ବିବାହ କରିଥିଲେ। ପରେ ଜାନୁୟାରୀ ୧୭, ୨୦୨୨ରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ପରସ୍ପରଠାରୁ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ। ପରେ ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ ପୁନର୍ବାର ଏକତ୍ର ହେବା ପାଇଁ ନିଷ୍ପତି ନେଇଥିବା ଚର୍ଚ୍ଚା ହୋଇଥିଲା। ପରିବାର ପାଇଁ ସେମାନେ ତାଙ୍କ ନିଷ୍ପତିରେ ପରିବର୍ତନ କରିବା ସହ ଆଉ କିଛି ଦିନ ଏକତ୍ର ରହିବେ ବୋଲି ସୂଚନା ମିଳିଥିଲା। ତେବେ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଦୁଇ ପୁଅ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଜାନୁୟାରୀରେ ଧନୁଷ ସୋସିଆଲ ମିଡିଆରେ ଲେଖିଥିଲେ ୧୮ ବର୍ଷର ବନ୍ଧୁତା, ଯୋଡି, ବାପା-ମାଆ ରୂପରେ ଆମ ପରସ୍ପରର ଶୁଭଚିନ୍ତକ ହୋଇ ରହିଥିଲୁ । ମାତ୍ର ଏବେ ଆମେ ଯେଉଁ ସ୍ଥାନରେ ଛିଡା ହୋଇଛୁ ସେଠାରେ ରାସ୍ତା ଅଲଗା ହେଇଯାଉଛି । ଐଶ୍ୱର୍ଯ୍ୟା ଓ ମୁଁ ଅଲଗା ହେବା ପାଇଁ ନିଷ୍ପତି ନେଇଛୁ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *