ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଖୁବ୍ ପ୍ରଶଂସା କଲେ ଉପରାଜ୍ୟପାଳ ଭିକେ ସକ୍ସେନା । ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କଠାରୁ ଆତିଶୀ ହଜାରେ ଗୁଣରେ ଭଲ । ନିକଟରେ ଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ସେ ସିଏମ୍ ଆତିଶୀଙ୍କ ଆଡ଼କୁ ଅନେଇ ଏପରି କହିଥିଲେ ଉପରାଜ୍ୟପାଳ ।
ଇନ୍ଦିରା ଗାନ୍ଧୀ ଦିଲ୍ଲୀ ମହିଳା ଟେକ୍ନିକାଲ ବିଶ୍ୱବିଦ୍ୟାଳୟର ୭ମ କନଭୋକେସନ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହରେ ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଆତିଶୀ ଅତିଥି ଭାବେ ସାମିଲ ହୋଇଥିଲେ । ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରି ଆତିଶୀଙ୍କର ପ୍ରଶଂସା କରିଥିଲେ ଉପରାଜ୍ୟପାଳ । ସେ କହିଛନ୍ତି ଯେ, ମୁଁ ଆଜି ବହୁତ ଖୁସି । କାରଣ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଜଣେ ମହିଳା। ମୁଁ ବିଶ୍ୱାସର ସହ କହି ପାରିବି ଯେ, ଆତିଶୀ ନିଜର ପୂର୍ବବର୍ତ୍ତୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ହଜାର ଗୁଣ ଭଲ। ଏହି ଟିପ୍ପଣୀ ଦେବା ସମୟରେ ଉପରାଜ୍ୟପାଳ ଅତିଶୀଙ୍କ ଆଡ଼କୁ ଚାହିଁ କହିଥିଲେ ।
ଉପରାଜ୍ୟପାଳ ଆହୁରି କହିଥିଲେ ଯେ, ଆପଣ ଯେତେ ଆଗକୁ ବଢିଥାନ୍ତି, ଆପଣଙ୍କ ପାଖରେ ୪ଟି ଦାୟିତ୍ୱ ହୋଇଥାଏ। ପ୍ରଥମେ ଆପଣଙ୍କର ନିଜ ପ୍ରତି ଦାୟିତ୍ୱ , ୨ୟରେ ଆପଣଙ୍କ ମାତା-ପିତା ଓ ପରିବାର ପ୍ରତି ଆପଣଙ୍କର ଦାୟିତ୍ୱ ସମାଜ ଓ ରାଷ୍ଟ୍ର ନିର୍ମାଣ ପ୍ରତି। ସେ କହିଛନ୍ତି ଯେ ୪ର୍ଥ ଦାୟିତ୍ୱ ନିଜକୁ ଏମିତି ମହିଳା ଭାବେ ସାବ୍ୟସ୍ତ କରିବା , ଯିଏକି ଲିଙ୍ଗଗତ ବନ୍ଧନକୁ ଭାଙ୍ଗି ଦେଇଛନ୍ତି। ଏକ ଏମିତି ମହିଳା ଯିଏ ସବୁ କ୍ଷେତ୍ରରେ ଅନ୍ୟର ବରାବର ଠିଆ ହୋଇଛନ୍ତି।
ଉଲ୍ଲେଖନୀୟ ଯେ ଦିଲ୍ଲୀର ଉପରାଜ୍ୟପାଳ ଓ ଆପ୍ ସରକାରଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ସାମ୍ନାକୁ ଆସିଥାଏ । ଏହି ସ୍ଥିତିରେ ଉପରାଜ୍ୟପାଳଙ୍କ ଦ୍ୱାରା ଆତିଶୀଙ୍କ ପ୍ରଶଂସା କରିବା କୌଣସି ଆଶ୍ଚର୍ଯ୍ୟକର କଥା ଠାରୁ କମ୍ ନୁହେଁ । କେଜ୍ରିୱାଲଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆପ୍ ସରକାର ଓ ଉପରାଜ୍ୟପାଳ ଅନେକ ମାମଲା ଉପରେ ପରସ୍ପର ମୁହାଁ ମୁହିଁ ହୋଇଛନ୍ତି।