ଶାହାରୁଖ, ସଲମାନ, ପ୍ରଭାସଙ୍କଠୁ ଟପିଲେ ଅଲ୍ଲୁ ଅର୍ଜ୍ଜୁନ

ମୁମ୍ବାଇ: ରିଲିଜ ପୂର୍ବରୁ କ୍ରେଜ ବଢ଼ାଉଛି ପୁଷ୍ପା-୨। ଟ୍ରେଲର ରିଲିଜ ସରିଛି। ଅପେକ୍ଷା ଡିସେମ୍ବର ୫କୁ। ପୁଣି ଥରେ ବକ୍ସ ଅଫିସରେ ଅଲ୍ଲୁ ଅର୍ଜ୍ଜୁନଙ୍କ ଧମାଲ ଦେଖିବାକୁ ଦର୍ଶକ ଅପେକ୍ଷା କରି ବସିଛନ୍ତି। ଫିଲ୍ମ ରିଲିଜ ନହେବା ପୂର୍ବରୁ ଚାରିଆଡ଼େ ଅଲ୍ଲୁଙ୍କ ଅଭିନୟ ସହ ଦମାଦାର ଡାଇଲଗକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅଲ୍ଲୁ ମଧ୍ୟ ‘ପୁଷ୍ପା-୨ ଦ ରୁଲ’କୁ ନେଇ ବେଶ ଆଶାବାଦୀ ଥିବା ଜଣାପଡ଼ିଛି। ପୁଷ୍ପା-୨ ପାଇଁ ଅଲ୍ଲୁଙ୍କ ଦାମ୍ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଶାହାରୁଖ, ସଲମାନ, ପ୍ରଭାସଙ୍କଠୁ ବହୁତ ଆଗରେ ଅଛନ୍ତି ସାଉଥଷ୍ଟାର ଅଲ୍ଲ ୁ ଅଜ୍‌ୁର୍ନ। ପୁଷ୍ପା-୨ ପାଇଁ ୩୦୦ କୋଟି ଟଙ୍କା ନେବେ ଏହି ସାଉଥ ସୁପରଷ୍ଟାର। ଅଲ୍ଲୁଙ୍କ ଏହି ଦାମ୍ ସିନେ ଇଣ୍ଡଷ୍ଟ୍ରିରେ ସବୁଠୁ ଅଧିକ। ଏବେ ଭାରତର ସବୁଠୁ ଦାମୀ ଅଭିନେତା ହେଉଛନ୍ତିି ଅଲ୍ଲୁ ଅର୍ଜ୍ଜୁନ।

ଏକ ରିପୋର୍ଟ ଅନୁସାରେ ଅଲ୍ଲୁ ତାଙ୍କ ଫିଲ୍ମ ପୁଷ୍ପା-୨ ପାଇଁ ୩ଶହ କୋଟି ଟଙ୍କା ଫିସ୍ ନେବାକୁ ଚାହିଁଛନ୍ତି। ଏହି ଦାମ୍ ଅନୁସାରେ ଥଲାପତି ବିଜୟଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଅଲ୍ଲୁ। ଏବେ ଭାରତର ସବୁଠୁ ଦାମୀ ଅଭିନେତା ହୋଇଛନ୍ତି ଅଲ୍ଲୁ। ବିଜୟ ଥଲାପତି ଏକ ଫିଲ୍ମ ପାଇଁ ୨୭୫ କୋଟି ଟଙ୍କା ନେଇଥିଲେ। ପୁଷ୍ପା-୨ ପାଇଁ ଅଲ୍ଲୁ ବିଜୟଙ୍କ ଠୁ ଆଗରେ ରହିଛନ୍ତି।

ତେଲୁଙ୍ଗୁ ସିନେମାର ଅଭିନେତା ଅଲ୍ଲୁ ଅର୍ଜ୍ଜୁନ କେବଳ ଏକ ଅଭିନେତା ନୁହେଁ ବାରଂ ଜଣେ ପ୍ରଯୋଜକ ମଧ୍ୟ। ସେ ଅନେକ ବ୍ୟବସାୟରେ ମଧ୍ୟ ଇନଭେଷ୍ଟ କରିଛନ୍ତି। ଟାଇମ୍ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଅଲ୍ଲୁ ଅର୍ଜ୍ଜୁନ ତେଲୁଙ୍ଗୁ ଜଗତର ସବୁଠାରୁ ଦାମୀ ଅଭିନେତାରୁ ଜଣେ।

ଅଲ୍ଲୁଙ୍କ ଆନୁମାନିକ ସମ୍ପତି ୪୬୦ କୋଟିରୁ ଅଧିକ। ତାଙ୍କ ପାଖରେ ଘରୋଇ ଜେଟ୍‌, ବିଳାସପୂର୍ଣ୍ଣ ବଙ୍ଗଳା, ଦାମୀ କାର ମଧ୍ୟ ରଖିଛନ୍ତି। ଏହା ସହ ଅଲ୍ଲୁ ଅନେକ ପ୍ରପଟି ମଧ୍ୟ ରଖିଛନ୍ତି। ଅଭିନୀୟ ବ୍ୟତୀତ ଅଲ୍ଲୁ ତାଙ୍କ ପ୍ରଡ଼କ୍ସନ ହାଉସ, ରେଷ୍ଟୋରା ଏବଂ ଅନ୍ୟ ବ୍ୟବସାୟରୁ ମଧ୍ୟ ମୋଟା ଅଙ୍କର ଆୟ ପାଆନ୍ତି।

ଅଲ୍ଲୁଙ୍କ ଅଭିନୀତ ଫିଲ୍ମ ପୁଷ୍ପା- ଦ ରୁଲ ରିଲିଜ ଅପେକ୍ଷାରେ। ୫ ଡିସେମ୍ବରରେ ଫିଲ୍ମ ରିଲିଜ ହେବ। ଏହି ଚଳଚ୍ଚିତ୍ରରେ ଅଲ୍ଲୁଙ୍କ ବିପକ୍ଷରେ ନାୟିକା ଅଛନ୍ତି ରଶ୍ମିକା ମନ୍ଦନା। ଏବଂ ଫହଦ ଫସିଲ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଶ୍ରୀଲିଲା ଆକ୍ସନ ହାଇଡ୍ରାମ ଫିଲ୍ମରେ ଆଇଟମ୍ ଗୀତରେ ସାମନ୍ଥା ରୁଥ ପ୍ରଭୁଙ୍କ ସ୍ଥାନ ନେଇଛନ୍ତି। ଫିଲ୍ମର ଏହି ଆଇଟମ୍ ଗୀତ ୨୪ ତାରିଖରେ ରିଲିଜ ହେବ। ଏହା ପୂର୍ବରୁ ବନାରସ ଘାଟ ଯାଇ ଶ୍ରୀଲିଲା ସଂଧ୍ୟା ଆଳତୀ ଦେଖି ପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି।

ସୁକୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିବା ବେଳେ ମିଥ୍ରୀ ମେକର୍ସ ଦ୍ୱାରା ତିଆରୀ ହୋଇଛି ଚଳଚ୍ଚିତ୍ର। ପ୍ରଥମ ଦିନରେ ଫିଲ୍ମ ୨୭୫ କୋଟିରୁ ଅଧିକ ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି ମେକର୍ସ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *