ପ୍ରଥମ ଲଢେଇରେ ବିଜୟ :ଭାଇଙ୍କ ରେକର୍ଡକୁ ବି ଭାଙ୍ଗିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରଥମ ଲଢେଇରେ ବିଜୟୀ ହୋଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା । ୱାୟନାଡ ଲୋକସଭା ଆସନରୁ ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି । ଏଥର ଗାନ୍ଧୀ ପରିବାରରୁ ନବମ ସଦସ୍ୟ ଭାବେ ସେ ସଂସଦକୁ ଯିବେ । ସବୁଠୁ ବଡ଼ କଥା ହେଲା ପ୍ରିୟଙ୍କା ତାଙ୍କ ଭାଇ ରାହୁଲଙ୍କ ରେକର୍ଡ଼କୁ ଭାଙ୍ଗିଛନ୍ତି ।

ୱାୟନାଡ ଲୋକସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ଦିନଠାରୁ କେରଳ ଲୋକଙ୍କ ମଧ୍ୟରେ ଗୋଟିଏ କଥା ଆଲୋଚନା ହେଉଥିଲା । ତାହା ହେଉଛି, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ବିଜୟ ବ୍ୟବଧାନକୁ ମାତ୍ ଦେବାରେ ସମର୍ଥ ହେବେ କି ନାହିଁ । ଆଜି ପ୍ରିୟଙ୍କା ତାଙ୍କ ପ୍ରଥମ ନିର୍ବାଚନରେ ବିଜୟୀ ହେବା ସହିତ ଭାଇ ରାହୁଲଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ୱାୟନାଡ ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ୪.୦୮ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କହିରଖୁଁ ,୨୦୧୯ ନିର୍ବାଚନରେ ୱାୟନାଡରୁ ୪.୩୦ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ରାହୁଲ ଗାନ୍ଧୀ୨୦୨୪ ଏପ୍ରିଲ ନିର୍ବାଚନରେ ୩.୬୪ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *