ବାରିପଦା ଝିଅ ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ !

ରାଞ୍ଚି: ଚର୍ଚ୍ଚାରେ ଓଡ଼ିଆ ଝିଅ କଳ୍ପନା ସୋରେନ । ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନା ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଚଳିତ ନିର୍ବାଚନରେ ପୁଣି ଥରେ ଝାଡ଼ଖଣ୍ଡର ଜେଏମଏମ ସରକାର ବାଜିମାତ କରିଛି । କୁହାଯାଉଛି କଳ୍ପନା ସୋରେନଙ୍କ ଭିନ୍ନ ରଣନୀତି ହିଁ ଜେଏମଏମକୁ ପୁଣି ଥରେ କ୍ଷମତାକୁ ଆଣିବାରେ ସଫଳ ହୋଇଛି। ଏପରିକି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ତାଙ୍କ ନିଆରା ପ୍ରଚାର ହିଁ ଭାଜପାକୁ ଚକମା ଦେବାରେ ସଫଳ ହୋଇଛି ।

ମୟୂରଭଞ୍ଜ ଜିଲା ବାରିପଦାର ଝିଅ ହେଉଛନ୍ତି କଳ୍ପନା। ସେ ଇଞ୍ଜିନିୟରିଂ ଡିଗ୍ରି ସାଙ୍ଗକୁ ଏମବିଏ ମଧ୍ୟ କରିଛନ୍ତି। ଏବେ ଝାଡ଼ଖଣ୍ଡ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ରହିଛନ୍ତି କଳ୍ପନା। ଜେଏମଏମର ବିପୁଳ ବିଜୟ ପଛରେ ରହିଛି ତାଙ୍କର ବଡ଼ ଭୂମିକା । କଳ୍ପନାଙ୍କ ଆତ୍ମବିଶ୍ୱାସ ହିଁ ସ୍ୱାମୀ ତଥା ଜେଏମଏମ ମୁଖ୍ୟ ହେମନ୍ତ ସୋରେନଙ୍କ ରଣନୀତିକୁ ସଫଳ କରିଛି ବୋଲି ଆଲୋଚନା ହେଉଛି । ଗତ ଜାନୁଆରିରେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ତାଙ୍କ ସ୍ୱାମୀ ଜେଲ ଯିବା ପରେ ରାଜନୀତିକୁ ଓହ୍ଲାଇଥିଲେ କଳ୍ପନା । ଆଉ ପ୍ରଥମ ଲଢେଇରେ ହିଁ ବାଜିମାତ କରିଥିଲେ । ଗାଣ୍ଡେୟ ବିଧାନସଭା ଉପ ର୍ନିବାଚନରେ ବିପୁଳ ବିଜୟ କଳ୍ପନାଙ୍କ ଭିତରେ ଆତ୍ମବିଶ୍ୱାସକୁ ଆହୁରି ମଜବୁତ କରିଥିଲା । ର୍ନିବାଚନରେ ବାଜିମାତ ପରେ କଳ୍ପନାଙ୍କ ମନରେ ସବୁଠୁ ବଡ ସପ୍ନ ଥିଲା ଜେଏମଏମ କର୍ମୀଙ୍କୁ ଏକାଠି କରି ନିର୍ବାଚନ ଲଢ଼ିବା। ଇଣ୍ଡିଆ ମେଣ୍ଟ ସହ ହାତ ମିଳାଇ ଆଗକୁ ବଢିଥିଲେ କଳ୍ପନା। ନିଜ ସ୍ୱାମୀଙ୍କୁ ଜେଲରୁ ବାହାର କରିବା ପାଇଁ ଆଇନଗତ ଲଢ଼େଇ ଆଉ ଏପଟେ ବିରୋଧୀଙ୍କୁ ମଇଦାନ ଚେକ ଦେବା ପାଇଁ ରାଜନୀତିକ ଲଢେଇ। ଉଭୟ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇଥିଲେ କଳ୍ପନା।

ଝାଡ଼ଖଣ୍ଡ ଲଢ଼େଇ ଜିତିବା ପାଇଁ ମହିଳା ଭୋଟରଙ୍କୁ ଫୋକସ କରିଥିଲେ କଳ୍ପନା । କାରଣ ଝାଡ଼ଖଣ୍ଡରେ ମୋଟ ଭୋଟରଙ୍କ ଭିତରୁ ଅଧାରୁ ଅଧିକ ହେଉଛନ୍ତି ମହିଳା । ର୍ନିବାଚନୀ ସଭାରେ କଳ୍ପନାଙ୍କ ଅଗ୍ନିବର୍ଷା ଭାଷଣ ଭୋଟରଙ୍କୁ ବେଶ ପ୍ରଭାବିତ କରିଥିବା କୁହାଯାଉଛି । କଳ୍ପନା ହିନ୍ଦୀ, ଇଂରାଜୀ ସହ ଓଡ଼ିଆ, ବଙ୍ଗାଳି ଏମିତି କି ସାନ୍ତାଳୀ ଭାଷାରେ ଭାଷଣ ଦେଇ ଭୋଟ ମାଗୁଥିଲେ। ତୃଣମୂଳ ସ୍ତରରୁ ଆରମ୍ଭ କରି ଜେଏମଏମର ଆଗ ଧାଡ଼ିର ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ସଠିକ ସମନ୍ୱୟ ରକ୍ଷା କରି ଏହି ବଡ଼ ଲଢ଼େଇକୁ ଜିତି ନେଇଛନ୍ତି କଳ୍ପନା । ଚଳିତ ର୍ନିବାଚନରେ ଜେଏମଏମର ବମ୍ପର ବିଜୟ ପରେ ସରକାରରେ କଳ୍ପନା ବଡ଼ ଭୂମିକା ତୁଲାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *