ଅଧିକ ବିଲ୍ ଆସିବାରୁ ଶୋ’ରୁମ୍ ଆଗରେ ଭାଙ୍ଗିଦେଲେ ଗାଡ଼ି

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହେଉଛି । ସେ ଭିତରୁ କିଛି ମନୋରଞ୍ଜନର ଖୋରାକ ଯୋଗାଇଥାଏ ତ ଆଉ କିଛି ଭିଡିଓ ଦେଖି ଆମେ ଚକିତ ହୋଇଯାଇଥାନ୍ତି । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିିଳିଛି ଯେ, କିଛି ବ୍ୟକ୍ତି ହାମରରେ ଏକ ସ୍କୁଟରକୁ ପିଟୁଛନ୍ତି । ଅସଲ କଥାଟି ହେଲା, ବାଇକ୍ କିଣିଥିବା ଯୁବକଙ୍କ ନାଁରେ ଶୋ’ରୁମ୍ ପକ୍ଷରୁ ୯୦ ହଜାର ଟଙ୍କାର ବିଲ୍ ଆସିବା ପରେ ଯୁବକ ଜଣକ ରାଗିଯାଇ ଏପରି କରିଥିବା କୁହାଯାଉଛି । ପ୍ରଥମେ ଓଲା ସ୍କୁଟର ମାଲିକ ହାମରରେ ଗାଡ଼ିକୁ ୨-୪ ଥର ପିଟୁଛନ୍ତି । ପରେ ତାଙ୍କ ପାଖରେ ଥିବା ଅନ୍ୟ ଜଣେ ଯୁବକ ହାମରରେ ଗାଡ଼ିକୁ ଆଉ ୩-୪ ପାହାର ପକାଇଥିଲେ । ଏ ପରି ଭାବେ ଜଣ ଜଣ କରି ଲୋକ ଶୋ’ରୁମ୍ ଆଗରେ ଗାଡ଼ିଟିକୁ ପିଟି ଭାଙ୍ଗି ଦେଇଛନ୍ତି । ଏହି ଭିଡିଓଟିକୁ ୯ ଲକ୍ଷରୁ ଊର୍ଦ୍ଧ୍ୱ୍ ଲୋକ ଦେଖିସାରିଥିବାବେଳେ ଅନେକ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି ।

ତେବେ ଭିଡିଓରେ ଦେଖାଯାଉଥିବା ଏହି ଜଣେ ଗ୍ରାହକ ଓଲା ଉପରେ ଅସନ୍ତୁଷ୍ଟ ନୁହଁନ୍ତି । ବରଂ ଏ ପ୍ରକାର ଏକାଧିକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । କିଛିଦିନ ପୂର୍ବେ ଆଉ ଜଣେ ବ୍ୟକ୍ତି ଓଲା କମ୍ପାନୀ ସର୍ଭିସରେ ଅସନ୍ତୁଷ୍ଟ ହୋଇ ଶୋ’ରୁମରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ପୋଲିସ ଘଟଣା ସମ୍ପର୍କରେ ଜାଣିପାଇଁ ତୁରନ୍ତ ତାଙ୍କୁ ଗିରଫ କରି ନେଇଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *