ଛାତ ଫଟେଇ ଘରେ ପଶିଲା ଅଜଗର, ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାପ ଦୁନିଆର ସବୁଠାରୁ ଭୟଙ୍କର ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇପାରେ । ଆଉ ଯଦି କିଙ୍ଗ କୋବ୍ରା ବା ଅଜଗର କଥା କୁହାଯାଏ ଏହା ପୃଥିବୀର ସବୁଠାରୁ ଭୟଙ୍କର ସାପ ଭାବରେ ପରିଗଣିତ ହୋଇଥାଏ । ଏବେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ ସାପ କିପରି ଛାତ ଫଟାଇ ଘର ଭିତରକୁ ପ୍ରବେଶ କରୁଛି ତାହା ଦେଖିବାକୁ ମିଳିଛି । ସାପର ଏପରି ହରକତ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଏହି ଭିଡ଼ିଓଟି ମାଲେସିଆର ବୋଲି ଜଣାପଡିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଘରର ଛାତ ଫଟାଇ ଏକ ଅଜଗର ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛି । ୨୦ ମିଟର ଏବଂ ୮୦ କିଲୋଗ୍ରାମ ବିଶିଷ୍ଟ ଏହି ଅଜଗର ପ୍ରଥମେ ଘରର ଛାତ କଣା କରୁଛି । ଏହାପରେ ଘରେ ପ୍ରବେଶ କରୁଛି । ସାପଟି ଲମ୍ବା ହୋଇଥିବା କାରଣରୁ ଶରୀରର ଅଧା ଅଂଶ ସୋଫା ଉପରେ ମଧ୍ୟ ପଡି ରହିଥିଲା । ଏହାକୁ ଦେଖିବା ପରେ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । ଏହାପରେ ସଙ୍ଗେସଙ୍ଗେ ରେସ୍କ୍ୟୁ ଟିମକୁ ଖବର ଦେଇଥିଲେ। ଯେତେବେଳେ ଉଦ୍ଧାରକାରୀ ଦଳ ଏହି ଅଜଗରକୁ ଦେଖିଲେ, ସେମାନେ ମଧ୍ୟ କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ । ତେବେ କୌଣସି ପ୍ରକାରେ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ଏହି ଅଜଗରକୁ ଧରିବାରେ ସକ୍ଷମ ହୋଇଥିଲେ । ପରେ ତାକୁ ନେଇ ଜଙ୍ଗଲରେ ଛାଡ଼ିଦେଇଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *