ସ୍ୱାମୀ ଅଣ୍ଟାରେ ଦଉଡ଼ି ବାନ୍ଧି କୁମ୍ଭମେଳା ବୁଲିଲା ସ୍ତ୍ରୀ, ଭିଡ଼ିଓ ଭାଇରାଲ

ପ୍ରୟାଗରାଜ: ପ୍ରୟାଗରାଜ କୁମ୍ଭମେଳାରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି । ତେଣୁ ପ୍ରତ୍ୟେକ ଦିନ ପ୍ରୟାଗରାଜ କୁମ୍ଭମେଳାରୁ ଅଜବ ଖବର ସାମ୍ନାକୁ ଆସିବା ସହ ଏସବୁର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି । କେତେବେଳେ ବାବାଙ୍କୁ ନେଇ ତ ଆଉ କେତେବେଳେ ଶ୍ରଦ୍ଧାଳୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥାଏ।

ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇଜଣ ଦଉଡ଼ିରେ ବନ୍ଧାବନ୍ଧି ହୋଇ କୁମ୍ଭମେଳା ବୁଲୁଛନ୍ତି । ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ସେମାନେ ବ୍ୟବସାୟ କରିବାକୁ କୁମ୍ଭମେଳା ଆସିଛନ୍ତି । ଶାଢ଼ୀ ପିନ୍ଧିଥିବା ମହିଳା ଜଣକ ମୁଣ୍ଡରେ ଗଣ୍ଠିଲି ବୋଝେଇ ଧରିଥିବାବେଳେ ସ୍ୱାମୀଙ୍କ ଅଣ୍ଟାରେ ଦଉଡ଼ିରେ ବାନ୍ଧି ନେଉଛନ୍ତି । ଭିଡିଓ ଦେଖିଲେ ଲାଗୁଛି, ସେମାନେ କୁମ୍ଭମେଳା ଗହଳିରେ ହଜିବା ଡରରେ ହିଁ ଦଉଡ଼ିରେ ବନ୍ଧି ହୋଇ ବୁଲୁଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *