ନୂଆଦିଲ୍ଳୀ: କାହା ସହ ମେଣ୍ଟ କରିବ ନାହିଁ ଆମ୍ ଆଦମୀ ପାର୍ଟି (ଆପ୍) । ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ ଆପ୍ । ମେଣ୍ଟକୁ ନେଇ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଏମିତି କି ତାଙ୍କ ଦଳ କୌଣସି ବି ମତେ ଆଗାମୀ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି କେଜ୍ରିୱାଲ ।
କେଜ୍ରିୱାଲ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ନିଜର ଶକ୍ତି ଅନୂସାରେ ଏହି ନିର୍ବାଚନ ଲଢ଼ିବ। କଂଗ୍ରେସ ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ। ଦିଲ୍ଲୀ ନିର୍ବାଚନ ପାଇଁ କଂଗ୍ରେସ ସହ ଆସନ ବାଣ୍ଟିବାର ବୁଝାମଣା ଶେଷ ପର୍ଯ୍ୟାୟରେ ରହିଛି। ଦଳ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାହା ସହ ମେଣ୍ଟ କରିବ ନାହିଁ।୨୦୧୫ ମସିହାରୁ ଦିଲ୍ଲୀରେ ଆପ୍ କ୍ଷମତାରେ ଅଛି। ଆଗକୁ ମଧ୍ୟ ଏକାକୀ ଲଢ଼ି ବିଜେପିର ଉଦ୍ୟମ ବିରୋଧରେ ଶାସକ ଦଳର ଶାସନ ପ୍ରମାଣପତ୍ର ପରୀକ୍ଷା କରିବ।୨୬ଟି ବିରୋଧୀ ଦଳର ମିଳିତ ମଞ୍ଚର ଇଣ୍ଡିଆ ବ୍ଲକ୍ ରାଜଧାନୀରେ ବିଜେପି ବିରୋଧୀ ଭୋଟ୍ ଏକତ୍ର କରିବାକୁ ଆଶା ରଖିଥିଲା, କିନ୍ତୁ କେଜ୍ରିୱାଲଙ୍କ ଆଭିମୁଖ୍ୟ ସବୁ କିଛି ଓଲଟ ପାଲଟ କରିଦେଇଛି।