’ଆଶିକ୍ ୩’ ଫିଲ୍ମ ସୁଟିଂରେ ବ୍ୟସ୍ତ କାର୍ତ୍ତିକ

ମୁମ୍ବାଇ: ଆଶିକ୍ ୩ରେ କାର୍ତ୍ତିକଙ୍କୁ ଫ୍ୟାନ୍ସ ଜବରଦସ୍ତ ଭୂମିକାରେ ଦେଖିବାକୁ ପାଇବେ । ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇସାରିଛି । ଶ୍ରୀଲୀଳାଙ୍କ ସହ ପରଦାରେ ଜବରଦସ୍ତ କେମେଷ୍ଟ୍ରିରେ ନଜର ଆସିବେ କାର୍ତ୍ତିକ ଆର୍ୟନ । ୨୦୨୫ରେ ଫିଲ୍ମ ପରଦାକୁ ଆସିବ ।

ଏହି ଟିଜରରେ କାର୍ତ୍ତିକ ଦୁଃଖରେ ଗୀତ ଗାଉଥିବା ଦେଖିବାକୁ ମିଳିଛି । କାର୍ତ୍ତିକଙ୍କ ଏହି ଲୁକ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମଧ୍ୟ ତାଙ୍କ ଏହି ଅବତାରରେ ଫିଦା ହୋଇଛନ୍ତି ।କାର୍ତ୍ତିକଙ୍କୁ ମଧ୍ୟ ସ୍ପଟ୍ କରାଯାଇଛି, ଲମ୍ବା ଚୁଟି, ଏବଂ ମୁହଁରେ ଧାଡ଼ି ଥିବା ଲୁକରେ ନଜର ଆସିଛନ୍ତି କାର୍ତ୍ତିକ । କାର୍ତ୍ତିକଙ୍କ ଏହି ଲୁକ୍ କୁ ପସନ୍ଦ କରିଛନ୍ତି ଦର୍ଶକ ।

ନିକଟରେ କାର୍ତ୍ତିକଙ୍କ ଫିଲ୍ମ ଭୂଲ ଭୂଲୈୟା ପରଦାରେ ଜବରଦସ୍ତ ବ୍ୟବସାରୟ କରିଥିଲା । ବକ୍ସ ଅଫିସରେ ଫିଲ୍ମ କୋଟି କୋଟି ଟଙ୍କାର ବ୍ୟବସାୟ କରିଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *