କୁକୁଡ଼ା ହତ୍ୟା ଅଭିଯୋଗ : ମୃତଦେହ ଧରି ଥାନାରେ ପହଞ୍ଚିଲେ ଯୁବକ

ଲକ୍ଷ୍ନୌ: ଥାନାରେ ପହଞ୍ଚିଲା କୁକୁଡ଼ା ହତ୍ୟା ମାମଲା । ଉତ୍ତରପ୍ରଦେଶର କୌଶମ୍ଭି ଜିଲାରେ ଏପରି ଏକ ନିଆରା ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ତାଙ୍କ ପୋଷା କୁକୁଡ଼ା ହତ୍ୟା ପରେ ନ୍ୟାୟ ପାଇବା ପାଇଁ ଥାନାରେ ପହଞ୍ଚିଛନ୍ତି । ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଏହି ହତ୍ୟା ମାମଲା ଥାନାରେ ରୁଜୁ ହେବା ଖବର ଜାଣିବା ପରେ ଲୋକେ ଚକିତ ହୋଇଯାଇଛନ୍ତି । କିଛି ଲୋକ ଏହି ଘଟଣ।।କୁ ମଜାଳିଆ ମନେ କରୁଥିବାବେଳେ ଆଉ କିଛି ଏହାକୁ ଗୁରୁତର ସହ ନେଇ ଯୁବକଙ୍କ ସମର୍ଥନରେ ଛିଡା ହୋଇଛନ୍ତି।

ପିପରି ଥାନା ଅନ୍ତର୍ଗତ ଜୱାଇ ଗ୍ରାମର ଶିବରାମ ନାମକ ଜଣେ ଯୁବକ ଏକ କୁକୁଡ଼ା ରଖିଥିଲେ । ସେ ତାକୁ ବହୁତ ଭଲ ପାଇବା ସହ ପରିବାର ସଦସ୍ୟଙ୍କ ଭଳି ଖୁବ୍ ଯତ୍ନ ବି ନେଉଥିଲେ । ଏକା ସାଙ୍ଗରେ ଖାଇବା ସହ ଏକାଠି ଶୋଉ ବି ଥିଲେ । ନିକଟରେ ତାଙ୍କର ପୋଷା କୁକୁର ଘର ପାଖରେ ବୁଲୁଥିଲା । ଏହି ସମୟରେ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ କୁକୁଡ଼ା ଉପରକୁ ଟେକା ପଥର ପକାଇଥିଲେ । ଫଳରେ ସେ ଆହତ ହୋଇଥିଲା । ପରେ ତାର ମୃତ୍ୟୁ ହୋଇଥିଲା । ଏନେଇ ଶିବରାମ ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ପଚାରିବାରୁ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହ ମାଡ଼ ମାରିଥିଲେ । ପରେ ଶିବରାମ ତାଙ୍କ ମୃତ କୁକୁଡ଼ାକୁ ଧରି ସ୍ଥାନୀୟ ଥାନାରେ ପହଞ୍ôଚଲେ । ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ପଞ୍ଜିକରଣ କରିବାକୁ ଦାବି କରିଥିଲେ।

ଶିବରାମଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି ଯେ ଧାରା ୪୨୯ ଅନୁଯାୟୀ ଏକ ଗୃହପାଳିତ ପଶୁଙ୍କୁ ହତ୍ୟା କରିବା ଆଇନଗତ ଅପରାଧ ଏବଂ ଏଥିପାଇଁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *