ପିଇଲେ ବେଙ୍ଗ ଲାଳ , ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ବେଙ୍ଗ ଲାଳ ପିଇବାରୁ ଅଭିନେତ୍ରୀଙ୍କ ଜୀବନ ଗଲା । ପରମ୍ପରାର ବସବର୍ତ୍ତି ହୋଇ ଏପରି କରିଥିବା ଜଣାଯାଇଛି । ମେକ୍ସିକୋରୁ ଏହି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ଜଣକ ହେଲେ ମାର୍ସେଲା ଆଲକାଜାର ରୋଡ୍ରିଗେଜ୍ (୩୩) । ଦକ୍ଷିଣ ଆଫ୍ରିକାରେ ଏମିତି ଏକ ପାନୀୟ ଅଛି ଯେଉଁଥିରେ ବେଙ୍ଗ ବିଷ ରହିଥାଏ । ଯାହା ପାରମ୍ପରିକ ଭାବେ ଅନେକ ସ୍ଥାନରେ ବ୍ୟବହୃତ ହୋଇଥାଏ । ଏମିତି କି ଏହାକୁ ଅନେକ ଦେଶରେ ନିଷିଦ୍ଧ କରାଯାଇଛି ।

ଅଭିନେତ୍ରୀ ମାର୍ସେଲା ମେକ୍ସିକୋରେ ହିଲର୍ ଟ୍ରେନିଂ ପ୍ରୋଗ୍ରାମରେ ଭାଗ ନେଇଥିଲେ। ଏହି ପ୍ରୋଗ୍ରାମରେ ଭାଗ ନେବା ପାଇଁ ହେଲେ ପ୍ରତିଯୋଗୀଙ୍କୁ ଏକ ଲିଟରରୁ ଅଧିକ ପାଣି ପିଇବାକୁ କୁହାଯାଇଥାଏ । ପରେ ଚର୍ମରେ ଛୋଟ ଛୋଟ କ୍ଷତ କରାଯାଏ । ଆଉ ସେହି କ୍ଷତରେ ଅମେଜେନିୟମ ବେଙ୍ଗର ଲାଳ ପ୍ରୟୋଗ କରାଯିବା ସହ ପିଇବାକୁ ଦିଆଯାଏ । ତେବେ ଏହି ଲାଳରେ ବିଷ ଥାଏ । ଏଠାରେ ଅଭିନେତ୍ରୀ ମାର୍ସେଲା ଅମେଜେନିୟମ ବେଙ୍ଗର ଲାଳ ପିଇଥିଲେ । ଏହା ଦ୍ୱାରା ଆଧ୍ୟାତ୍ମିକ ଭାବରେ ତାଙ୍କ ମନ ଏବଂ ଶରୀର ଶୁଦ୍ଧ ହେବ ବୋଲି ତାଙ୍କର ବିଶ୍ୱାସ ରହିଥିଲା। ତେବେ ଏହି ପାନୀୟ ପିଇବାର କିଛି ସମୟ ପରେ ତାଙ୍କୁ ଯନ୍ତ୍ରଣା ଅନୁଭବ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବିଶେଷଜ୍ଞଙ୍କ ଅନୁଯାୟୀ, ବେଙ୍ଗର ଲାଳ ରକ୍ତଚାପ ବଢାଇଥାଏ ଏବଂ ବାନ୍ତି ସୃଷ୍ଟି କରିଥାଏ । ଅଭିନେତ୍ରୀଙ୍କ କ୍ଷେତ୍ରରେ ବାନ୍ତି ଅତ୍ୟନ୍ତ ତୀବ୍ର ହେଲା ଏବଂ ତାଙ୍କ ଶରୀର ଏହାକୁ ସହ୍ୟ କରିପାରି ନ ଥିଲା । ଆଉ କେତେକ କ୍ଷେତ୍ରରେ ବାନ୍ତି, ମୁଣ୍ଡ ବୁଲାଇବା, ଓଠ ଏବଂ ମୁହଁ ଫୁଲିବା ହୋଇଥାଏ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *