ଯୋଗ କରୁଥିବା ବେଳେ ଭାସିଗଲେ ଅଭିନେତ୍ରୀ; ମିଳିଲା ମୃତଦେହ

ମୁମ୍ବାଇ: ସମୁଦ୍ର କୂଳରେ ବସି ଯୋଗ କରିବା ହେଲା କାଳ । ଋଷର ଜଣେ ଅଭିନେତ୍ରୀ ସମୁଦ୍ର କୂଳରେ ବସି ଯୋଗ କରୁଥିବା ବେଳେ ଭାସି ଯାଇଥିଲେ। ସମୁଦ୍ର ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅଭିନେତ୍ରୀ ଜଣକ ହେଲେ କମିଲା ବେଲ୍ୟାଟସ୍କାୟା (୨୪) । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀ ଜଣକ ସମୁଦ୍ରରେ ଭାସିଯିବାର ଦେଖିବାକୁ ମିଳିଛି ।

ଋଷର ଅଭିନେତ୍ରୀ କମିଲା ବେଲ୍ୟାଟସ୍କାୟା ଥାଇଲ୍ୟାଣ୍ଡର କୋହ ସାମୁଇ ଦ୍ୱୀପକୁ ଖୁବ୍ ପସନ୍ଦ କରନ୍ତି । ତେଣୁ ଅଧିକାଂଶ ସମୟ ସେ ଏହି ସ୍ଥାନକୁ ବୁଲିବାକୁ କିମ୍ବା ଯୋଗ କରିବାକୁ ଆସିଥାନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କମିଲା ଏକ ଲାଲରଙ୍ଗର କାରରେ ସମୁଦ୍ର କୂଳରେ ପହଞ୍ଚିଥିଲେ। ଏହାପରେ ଯୋଗ ମ୍ୟାଟ ବିଛାଇ ଯୋଗ କରିବା ଆରମ୍ଭ କରିଥିଲେ। ଯୋଗ କରିବାର କିଛି ସମୟ ପରେ ସମୁଦ୍ରରେ ପ୍ରବଳ ଲହଡ଼ି ଆସିଥିଲା। ଏହି ଲହଡ଼ି କମିଲାଙ୍କୁ ଭସାଇ ନେଇଥିଲା। ଖବରପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ । ହେଲେ ବିପଦପୂର୍ଣ୍ଣ ଲହଡ଼ି କ୍ରମାଗତ ଆସୁଥିବାରୁ କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟ କରାଯାଇପାରିଲା ନାହିଁ । ପରେ ଅଭିନେତ୍ରୀଙ୍କ ମୃତଦେହକୁ ସମୁଦ୍ର ଭିତରୁ ଉଦ୍ଧାର କରାଯାଇଥିଲା।

ସାମୁଇ ଉଦ୍ଧାର କେନ୍ଦ୍ରର ମୁଖ୍ୟ କହିଛନ୍ତି ଯେ, ସମୁଦ୍ରରେ କ୍ରମାଗତ ଭାବେ ଉଠୁଥିବା ବଡ଼ବଡ଼ ଲହଡ଼ି ପାଇଁ ଆମେ ପର୍ଯ୍ୟଟକମାନଙ୍କୁ ସତର୍କ କରାଇଥିଲୁ। ଏମିତି କି ବିପଦପୂର୍ଣ୍ଣ ସ୍ଥାନରେ ଲାଲ ପତାକା ବି ଲଗାଇଥିଲୁ। କିନ୍ତୁ ଅଭିନେତ୍ରୀ ଏହି ସଙ୍କେତକୁ ନ ମାନି ବିପଦପୂର୍ଣ୍ଣ ସ୍ଥାନରେ ଯୋଗ କରିଥିଲେ। ଆଉ ସମୁଦ୍ରରେ ଭାସି ଯାଇଥିଲେ। ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *