ତେଲୁଗୁ ଭାଷାଭାଷୀ ଲୋକଙ୍କ ବିରୋଧରେ ଟିପ୍ପଣୀ ଦେଇ ଗିରଫ ହେଲେ କସ୍ତୁରୀ

ହାଇଦ୍ରାବାଦ: ସାଉଥର ଲୋକପ୍ରିୟା ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ଗିରଫ କରିଛି ପୋଲିସ । ତେଲୁଗୁ ଭାଷାର ଲୋକମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ନେଇ ତାଙ୍କୁ ଗିରଫ କରିଛି ପୋଲିସ । ସେ ତାରିଖରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ତାଙ୍କୁ ଏହି ମାମଲାରେ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ। ଏବେ ସେ ଜେଲ ହାଜତରେ ଅଛନ୍ତି । ଏହାକୁ ନେଇ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି ।

କସ୍ତୁରୀ କିଛି ଦିନ ପୂର୍ବେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ତେଲୁଗୁ ଭାଷାର ଲୋକମାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏପରି ମନ୍ତବ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏମିତିକି ତାଙ୍କୁ ଚାରିଆଡ଼ୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି କାରଣରୁ ଅଭିନେତ୍ରୀ କସ୍ତୁରୀ କିଛି ଦିନ ପାଇଁ ନିଖୋଜ ହୋଇଯାଇଥିଲେ । ପୋଲିସ ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରିବା ଆରମ୍ଭ କରିଥିଲା । ସେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଗତ ୧୪ ତାରିଖରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ତାଙ୍କୁ ଏହି ମାମଲାରେ ଆଗୁଆ ଜାମିନ ପ୍ରଦାନ କରିବାକୁ ରୋକଠୋକ୍ ମନା କରି ଦେଇଥିଲେ।

ତେଲୁଗୁ ଭାଷାଭାଷୀ ଲୋକମାନଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବାରୁ ଶନିବାର ତାମିଲନାଡ଼ୁ ପୋଲିସ କସ୍ତୁରୀଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ପ୍ରକାଶ ଯେ, ୧୯୯୧ରେ ତାମିଲ ଫିଲ୍ମ ‘ଆଥି ଭଗବାନ’ରୁ ଡେବ୍ୟୁ କରିଥିବା କସ୍ତୁରୀ ବହୁ ତାମିଲ, ମାଲୟାଲମ, ତେଲୁଗୁ ଏବଂ କନ୍ନଡ଼ ଫିଲ୍ମରେ ଅଭିନୟ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *