ଭତ୍ତା ନେଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି,ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଏହା ପଢିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ହେଲେ ଘଟଣାଟିି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ । ସନ୍ନି ଲିଓନିଙ୍କ ନାଁରେ ସରକାରୀ ଯୋଜନାରେ ହେରାଫେରି କରାଯାଇଛି । ଛତିଶଗଡ ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି ଅଭିନେତ୍ରୀ । ସନ୍ନି ଲିଓନିଙ୍କ ନାଁରେ ପ୍ରତି ମାସରେ ହଜାରେ ଟଙ୍କା ଆକାଉଣ୍ଟକୁ ଯାଉଛିି। ଯାହାକୁ ନେଇ ରାଜ୍ୟ ତଥା ସାରା ଦେଶରେ ବହୁ ଚର୍ଚ୍ଚା ହେଉଛି।

ବାସ୍ତବରେ ଜଣେ ମହିଳା ସନ୍ନି ଲିଓନିଙ୍କ ନାମରେ ମିଛ ତଥ୍ୟ ଦେଇ ମାସକୁ ହଜାରେ ଟଙ୍କା ଲେଖାଏଁ ପାଉଥିଲେ। ଦିଆଯାଇଥିବା ତଥ୍ୟରେ ସନ୍ନି ଲିଓନି ଓ ତାଙ୍କ ସ୍ୱାମୀଙ୍କ ନାଁ ରହିଛି। ବର୍ତ୍ତମାନ ଏହି ଖବର ସାମ୍ନାକୁ ଆସିବା ପରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଏହି ଯୋଜନା ନାମରେ କଂଗ୍ରେସ ଦୁର୍ନୀତି ଅଭିଯୋଗ କରିଥିବାବେଳେ ଭାଜପା କହିଛି ଯେ ଧର୍ମ ପରିବର୍ତ୍ତନ ହେତୁ ଏହା ମହିଳାଙ୍କ ନାମ ହୋଇପାରେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *