ଏମ୍ସ ଡ଼ାକ୍ତରଙ୍କ ଆଶ୍ଚର୍ଯ୍ୟଜନକ ସଫଳତା, ମୃତ ବ୍ୟକ୍ତିଙ୍କୁ କଲେ ଜୀବିତ

ଭୁବନେଶ୍ୱର: ପ୍ରାୟ ଦୁଇଘଣ୍ଟା ଧରି ବନ୍ଦ ହୋଇଗଲା ହାର୍ଟ ବିଟ୍‌। କାମ କଲାନି ହୃତପିଣ୍ଡ । ଘର ଲୋକଙ୍କ ଭିତରେ ପଡ଼ିଲା କାନ୍ଦବୋବାଳି । ହେଲେ ଚିକିତ୍ସା ବିଜ୍ଞାନର ଚମତ୍କାରିତାରୁ ଜଣେ ୨୪ ବର୍ଷୀୟ ଯବାନ ପାଇଛନ୍ତି ନୂଆ ଜୀବନ। ମୃତ ବ୍ୟକ୍ତିଙ୍କୁ ଜୀବିତ କରିପାରିଛନ୍ତି ଭୁବନେଶ୍ୱର ଏମ୍ସର ଡାକ୍ତର। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏପରି ଆଶ୍ଚର୍ଯ୍ୟଜନକ ସଫଳତା ପାଇଛିି ଏମ୍ସ ଭୁବନେଶ୍ୱର । ଯାହାକି ସାରା ଦେଶରେ ଏକ ବିରଳ ଘଟଣା ବୋଲି ଜଣାପଡିଛି ।

ଭାରତୀୟ ସେନାର ଯବାନ ଶୁଭକାନ୍ତ ସାହୁ। ଘର ନୟାଗଡ଼ ଜିଲ୍ଲା ଓଡ଼ପଲା ଗାଁ । ଗତ ୧ ତାରିଖରେ ଶୁଭକାନ୍ତଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ରଣପୁର ମେଡିକାଲକୁ ନେଇଥିଲେ । ସେଠାରୁ ତାଙ୍କୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଉ ଏମ୍ସରେ ଭର୍ତ୍ତି ହେବାର ୨ ଘଣ୍ଟା ମଧ୍ୟରେ ତାଙ୍କର ହାର୍ଟ ଧୀରେ ଧୀରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା । ଦୀର୍ଘ ୪୦ ମିନିଟ ପର୍ଯ୍ୟନ୍ତ ସିପିଆର ଦିଆଗଲା ହେଲେ ସେଥିରେ କିଛି ସଫଳତା ମିଳିଲାନାହିଁ । ଶେଷରେ ତାଙ୍କୁ ଇକମୋ ମେସିନ ଦ୍ୱାରା ଇ-ସିପିଆର୍ ପ୍ରଦାନ କରାଗଲା । ଯାହାଫଳରେ ୨ ଘଣ୍ଟା ପରେ ତାଙ୍କର ହାର୍ଟ ପୁଣି କାର୍ଯ୍ୟ କରିବା ଆରମ୍ଭ କରିଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା ।

ଶେଷରେ ତାଙ୍କର କାର୍ଡିଆକ ଆରେଷ୍ଟ ହୋଇଥିବା ଜଣାପଡ଼ିଲା । ସାଧାରଣତଃ ୨୦ ରୁ ୨୫ ମିନିଟ ଯଦି କାହାର କାର୍ଡିଆକ ଆରେଷ୍ଟ ହୁଏ ତେବେ ତାଙ୍କୁ ମୃତ ଘୋଷଣା କରିଥାନ୍ତି ଡାକ୍ତର । ହେଲେ ତାଙ୍କ ପାଖରେ ଏକମୋ ମେସିନର ବ୍ୟବହାର କରାଯାଇଥିଲା । ଏହି ମେସିନ ହାର୍ଟର କାମ ପ୍ରତୀକାତ୍ମକ କାମ କରୁଥିଲା । ସିପିଆର ସହ ଏକ୍ମୋ ମେଶିନର ବ୍ୟବହାର କରି ଶୁଭକାନ୍ତଙ୍କୁ ଇ-ସିପିଆର୍ ପ୍ରଦାନ କରାଗଲା । ଯେଉଁଥିରେ ୨୦ ଜଣ ଡାକ୍ତର ନିୟୋଜିତ ଥିଲେ । ଏହାର ପ୍ରାୟ ୧୨୦ ମିନିଟ ପରେ ହାର୍ଟ ଧୀରେ ଧୀରେ କାମ କରିବା ଆରମ୍ଭ କଲା । ତାଙ୍କୁ ସମ୍ପୂର୍ଣ୍ଣ ଭଲ ହେବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା । ଯେଉଁ ଦୁଇ ଘଣ୍ଟା ତାଙ୍କର ହାର୍ଟ କାର୍ଯ୍ୟ କରିବା ବନ୍ଦ କରିଥିଲା ସେତିକି ସମୟ ମଧ୍ୟରେ ଶରୀରର ବିଭିନ୍ନ ଅଙ୍ଗ ଯଥା କିଡନୀ, ଲିଭର ଆଦିରେ ସଂକ୍ରମଣ ବ୍ୟାପିଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *